ଜିଲ୍ଲା ପରିଷଦ ଜୋନ ସ୍ତରୀୟ ବିଜେଡି କର୍ମୀ ବୈଠକ
ଡେଲାଙ୍ଗ -----ଡେଲାଙ୍ଗ ବ୍ଲକର ଜେନାପୁର ଗ୍ରାମ ପଞ୍ଚାୟତ ଗଡମୋଟରି ଗ୍ରାମ ପଞ୍ଚାୟତର ଉଗ୍ରେଶ୍ୱର ଦେବଙ୍କ ପୀଠ ପଡିଆରେ ୧୫ନମ୍ବର ଜିଲ୍ଲାପରିଷଦ ଜୋନ ସ୍ତରୀୟ ବିଜେଡି ଦଳର କର୍ମୀ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏହିବୈଠକରେ ବିଜେଡି ଦଳକୁ ଭଲ ପାଉଥିବା ହଜାର ହଜାର ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପଞ୍ଚାୟତ ରାଜ ଓ କୃଷି ବିଭାଗ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥି ଯୋଗ ଦେଇ ମହିଳା ମାନଙ୍କ ଉଦ୍ଦ୍ୟେଶରେ କହିଥିଲେ ବିଜେଡି ସରକାର ବା ଆମର ପିୟ ମୁଖ୍ୟମନ୍ତ୍ରୀଙ୍କର ଭରଷା ହୋଉଛନ୍ତି ମା ମାନେ ବୋଲି କହିଥିଲେ । ଯେଉଁ ମା ମାନେ ମତୋ ବିଜୟର ଟିକା ପିନ୍ଦାଇ ଦେଇ ବିଧାନସଭାକୁ ଛାଡିଛନ୍ତି ସେମାନଙ୍କ ପାଇଁ ମୁଁ ସେବା କରୁଛି ଓ କରୁଥିବି ବୋଲି ବୈଠକରେ କହିଥିଲେ । ବ୍ଳକର ବିଜେଡି ସଭାପତି ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ପ୍ରସନ୍ନ ସାହୁ, ପିପିଲି ବ୍ଳକର ଆତ୍ମାର ସଭାପତି ଧରଣୀ ଧର ସାହୁ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ପିପିଲି ବ୍ଳକର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଜିଲ୍ଲା ପରିଷଦସଭ୍ୟ ଦେବାଶିଷ ନନ୍ଦ, ମଳୟ ମହାନ୍ତି, ଆଇନଜିବୀ ଶ୍ରୀଧର ପ୍ରଧାନ, ଡେଲାଙ୍ଗ ମିଶନ ଶକ୍ତି ମହଳିା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ଜେନାପୁର ସରପଞ୍ଚ ବୀଣାପାଣି ମିଶ୍ର, ସମିତସଭ୍ୟ ପ୍ରଭାତ କୁମାର ଜେନା, ବେରବୋଇ ସରପଞ୍ଚ ଜ୍ୟୋତି ମୟୀ ପ୍ରଦାନ, ସମିତିସଭ୍ୟ ଅଭିମନ୍ୟୁ ରାଉତ, ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନା ସମିତିସଭ୍ୟ ବାସୁଦେବ ଜେନା, ଅଭୟମୁଖୀ ସରପଞ୍ଚ ପ୍ରସନ୍ନ କୁମାର ପରିଡା, ଧାନକେରା ସରପଞ୍ଚ ପ୍ରସନ୍ନ କୁମାର ଜେନା ପ୍ରମୁଖ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ସରକାରରେ ସମସ୍ତ ଯୋଜନା ପ୍ରତ୍ୟକ ଘରେ ପହଞ୍ଚିିଥିବା ବେଳେ ମହିଳାଙ୍କ ପ୍ରତି ସ୍ୱତନ୍ତ୍ର ସମ୍ମାନ ଓ ସ୍ଥାନ ମିଳିଛି କହିଥିଲେ । ଆଗାମୀ ୨୦୧୯ରେ ହେବାକୁ ଯାଉଥିବା ସଂଗ୍ରାମରେ ଆମ ନେତାଙ୍କୁ ଆମେ ଏକାଠି ହୋଇ ବିପୁଳ ଭାବରେ ବିଜୟୀ କରିବା ପାଇଁ ନିସ୍ପତି ହୋଇଥିଲା । କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରତିନିଧି ମାନେ ନାରାଭାଜି ଦେଇଥିଲେ । ଏହି ଅବସରରେ ଗୋବିନ୍ଦପୁର ଗ୍ରାମ ମୁଣ୍ଡରେ କଲ୍ୟାଣ ମଣ୍ଡପର ଶିଳାନ୍ୟାସ ବିଧାୟକ ଶ୍ରୀ ମହାରଥୀ କରିଥିଲେ ।