ଜିବନରେ ମାରି ଦେବାକୁ ଉଦ୍ଦ୍ଯମ କରି ଯୁବକ ଗିରଫ
ଡେଲାଙ୍ଗ --- ଡେଲାଙ୍ଗ ଥାନା ଅନ୍ତର୍ଗତ ଗଡମୋଟରୀ ଗ୍ରାମ ପଞ୍ଚାୟତର ଗଣ୍ଡପଡା ଗ୍ରାମର ଭରତ ନାୟକ ଗ୍ରାମ ଛକରେ ଆଜି ସକାଳେ ଚା ପିଉଥିଲେ । ସେହି ଗ୍ରାମର ପ୍ରକାଶ ପ୍ରଧାନ ହଠାତ ଭରତଙ୍କ ବେକରେ ଗାମୁଛା ପକାଇ ପାଖରେ ଥିବା ଏକ କୂପ ମଧ୍ୟକୁ ପକାଇବା ପାଇଁ ଉଦ୍ଦ୍ୟମ କରିଥିଲେ । ମାତ୍ର ପାଖରେ ଥିବା ଲୋକମାନେ ପାଟି ତୁଣ୍ଡ କରିବାରୁ ସେ ଭରତଙ୍କୁ ଛାଡି ପଳାଇଥିଲା । ଭରତ ହରିରାଜପୁର ଫାଣ୍ଡି ରେ ଲିଖିତ ଅଭିଯୋଗକରିବା ପରେ ୯/୧୯ରେ ଏକ ମାମଲା ରୁଜ କରି ଭରତକୁ କୋର୍ଟକୁ ପଠାଇଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ମଲିକଙ୍କ ଠାରୁ ପ୍ରକାଶ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି