Breaking News

ସକାଳେ କାଳିଆକୁ ରାତିରେ କାଳିଆ

 ସାକ୍ଷୀଗୋପାଳ--- ସକାଳେ କାଳିଆ ଯୋଜନାକୁ ଯିବା ପାଇଁ ରାସ୍ତା ପୁରାପୁରୀ ଜାମ ହୋଇଗଲା  । ଲୋକମାନେ ନାହିଁ ନଥିବା ହଇରାଣ ଭୋଗିଲେ  । ପୁରୀକି ଗାଡି ମଟର ଯାଇ ପାରିଲା ନାହିଁକି ଆସି ପାରିଲା ନାହିଁ  ।  ସେହିପରି ରାତିରେ ସତ୍ୟବାଦୀ ବ୍ଳକ ଛକରେ ଏକ ମଟର ସାଇକେଲ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ହୋଇଥିଲା  । ଏଥିରେ ସାଇକେଲ ଆରୋହୀ ରମେଶ ଚନ୍ଦ୍ର ଭୋଇ ବାଲିସାହିର ଘରକୁ ଫେରୁଥିବା ବେଳେ ମଟର ସାଇକେଲ ଆରୋହୀ ଦାଣ୍ଡମକୁନ୍ଦପୁର ଗ୍ରାମର ଦିଲିପ ମଲିକ ଗୁରୁତର ଭାବେ ଆହତ ହୋଇ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ହୋଉଛନ୍ତି । ମାତ୍ର ଉକ୍ତ ଛକରେ ପାଖରେ ଥିବା ଦଳିତ ବସ୍ତିର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା  । ଏଣୁ ସ୍ଥାନୀୟ ଯୁବକ ମାନେ ତୁରନ୍ତ ଛକରେ ଏକ ଉଚ୍ଚ ଆଲୋକ ଲଗାଇବା ଦାବୀରେ ରାସ୍ତା ରୋକ କରିଥିଲେ  । ଖବର ପାଇ ସତ୍ୟବାଦୀ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳର କାରୀ ମାନଙ୍କ ସହ ଆଲୋଚନା କରିଥିଲେ  । ତହସିଲଦାର କସ୍ତୁରୀ ପ୍ରଧାନ ତୁରନ୍ତ ଉପଜିଲ୍ଲାପାଳ ଭବ ତରଣ ସାହୁଙ୍କ ସହିତ କଥା ହୋଇ ବ୍ଳକ ଛକରେ ଆଲୋକ ଲଗାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା  । ପୁରୀରୁ କାଳିଆ ଯୋଜନାରେ ଯୋଗଦେଇ ଫେରୁଥିବା ଲୋକମାନେ କହୁଥିଲେ ସକାଳେ କାଳିଆକୁ ରାତିରେ କାଳିଆ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts