ଚାରି ବର୍ଷ ହେଲା ଦେବୀ ନଦୀରେ ସେତୁ କାମ ଚାଲିଛି ସରିବାର ନାଁ ଗନ୍ଦ ଧରୁନାହିଁ
ଅସ୍ତରଙ୍ଗ----ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଳକର ତାଳଦା ପଞ୍ଚାରୟତ ଓ ଖଣ୍ଡାସାହିକୁ ସଂଯୋଗ କରିବା ପାଇଁ ୨୦୧୪ ଆର୍ଥିକ ବର୍ଷରେ ବିଜୁ ସେତୁ ଯୋଜନାରେ ୩୧ କୋଟି ୬୨ ଲକ୍ଷ ଟଙ୍କା ଏହି ସେତୁ ପାଇଁ ମଞ୍ଜୁର କରାଯାଇଥିଲା । ସେ ସମୟରେ ଉକ୍ତ ସେତୁ କାମ ସରିବା ପାଇଁ ୧୫ ଜୁଲାଇ ୨୦୧୬ ମସିହା ଧାର୍ଯ୍ୟ କରାଯାଇଥିଲା । ଏବେ କାମ ସେହିପରି ଅଧାପନ୍ତରିଆ ଭାବେ ପଡି ରହିଛି । ଅନ୍ୟ ପକ୍ଷେ ବିଭାଗୀୟ ଅଧିକାରୀ ମାନେ ସେତୁର କାମ ସରିବା ପାଇଁ ଏବେ ୪୫ କୋଟି ଟଙ୍କାରେ ପହଞ୍ଚି ସାରିଛି । ତଥାପି କାମ ନେଇଥିବା ଠିକାଦାର ସଂସ୍ଥା କାମ କରିବାରେ ମନ୍ଥର କରୁଥିବା ସ୍ଥାନୀୟ ଅଞ୍ଚଳ ବାସୀ ମାନେ ଅଭିଯୋଗ କରିଛନ୍ତି । ଯେଉଁପରି ଭାବେ ସେତୁର କାର୍ଯ୍ୟ ଚାଲିଛି ଏଭଳି ଯଦି ଚାଲିବ ତାହେଲେ ଆଗାମୀ ୨୦୨୫ ସୁଦ୍ଧା ଏହା ସରିବକି ନାହିଁ ସନ୍ଦେହ ଘେରରେ ବୋଲି ଜଣାପଡିଛି । ନଦୀର ମଧ୍ୟ ଭାଗରେ ସେତୁର କାମ ପଡିରହିଛି । ଏହି ନଦୀରେ ଡଙ୍ଗା ମାଧ୍ୟମରେ ପ୍ରତିଦିନ ପ୍ରାୟ ୧୦ ହଜାର ଲୋକ ମାନେ ଯିବା ଆସିବା କରିଥାନ୍ତି । ଏମାନଙ୍କର ନଦୀ ପାର ହେବା ପାଇଁ ଏକମାତ୍ର ଡଙ୍ଗା ହୋଉଛି ସାହା ଭରଷା । ଲେକମାନେ ଡଙ୍ଗା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିଥାଏ । ବିଶେଷ କରି ତାଳଦା ଅଞ୍ଚଳର ଲୋକମାନେ ଅସ୍ତରଙ୍ଗ ଉପରେ ନିର୍ଭର କରୁଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ଜିବନକୁ ବାଜି ଲଗାଇ ଡଙ୍ଗାରେ ନଦୀ ପାର ହୋଇଥାନ୍ତି । ଏମାନଙ୍କର ଥାନା, ମେଡିକାଲ, ଶିକ୍ଷା ବ୍ଳକ ସବୁ ଅସ୍ତରଙ୍ଗ ହୋଇଥିବାରୁ ଏମାନେ ସବୁଦିନ ନଦୀ ପାର ହୋଇଥାନ୍ତି । ଅନ୍ୟପକ୍ଷେ ଗ୍ରାମ୍ୟ ଉନ୍ନୟନ ବିଭାଗ ଜେଇ କହନ୍ତି କାମ ଆରମ୍ଭରୁ ସେତୁର ନକ୍ସା ପରିବର୍ତ୍ତନ ହେବାରୁ କାମରେ ଡେରି ହୋଇଥିଲା । ଏବେ କାମ ଅଗ୍ରସର କରାଯାଉଛି । ଏକବର୍ଷ ମଧ୍ୟରେ ସେତୁ କାମ ସରିବ ବୋଲି ସେ କହନ୍ତି ।
ନିମାପଡାରୁ ଜୟନ୍ତ କୁମାର ସେଠୀ
ନିମାପଡାରୁ ଜୟନ୍ତ କୁମାର ସେଠୀ