Breaking News

ଡେଲାଙ୍ଗ ପୋଲିସକୁ ଚୋର ମାନଙ୍କର ଦୁତୀୟ ଥର ପାଇଁ ଦେଲେ ଚାଲେଞ୍ଜ

  ଡେଲାଙ୍ଗ--- ଡେଲାଙ୍ଗ ପୋଲିସକୁ ଚୋର ମାନଙ୍କର ଦୁତୀୟ ଥରପାଇଁ ଦେଇଛନ୍ତି  ଚାଲେଞ୍ଜ  । ଡେଲାଙ୍ଗ ଥାନା ସମ୍ମୁଖରୁ ଚୋର ମାନେ ଅତି ସାହସର ସହ ଦେକାନ କବାଟ ଭାଙ୍ଗି ଲୁଟ କରି ନେଉଛନ୍ତି । ପୋଲିସ ଚୋର ମାନଙ୍କ ସମ୍ପର୍କରେ କୌଣସି ସୁରାକ ପାଉନାହିଁ  । ଏପରିକି ଗୋଟିଏ ଗୋଟିଏ ରାତିରେ ୫ରୁ ୮ ଟି ଦେକାନ ଚୋର ମାନେ ଗାଡି ଲଗାଇ ଲୁଟ କରି ନେଉଛନ୍ତି । ପୋଲିସରେ ଅଭିଯୋଗ ଉପରେ ଅଭିଯୋଗ ହୋଉଛି  ସତ ପୋଲିସ ଚୋରି ଯାଇଥିବା ସମାଗ୍ରୀ ବା ବ୍ୟବହୃତ ଗାଡିର ସନ୍ଦାନ ପାଉନାହିଁ  । ଗୁରୁବାର ରାତିରେ ଡେଲାଙ୍ଗ ଥାନା ନିକଟରେ ଥିବା ଅନନ୍ତ ପରିଡାଙ୍କ  ସାଇ ଅଟୋ ମୋଟର ପାଟସ୍ ଦେକାନରୁ ଚୋର ମାନେ ଲୁଟ କରି ନେଇ ଯାଇଛନ୍ତି । ପ୍ରାୟ ଲକ୍ଷାଧିକ ଟଙ୍କାର ମଟର ସାଇକେଲ ପାଟସ, ମୋବିଲି ଲୁଟ ହୋଇଥିବା ଜଣାପଡିଛି । ସେହିପରି କପିଳେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଲାଗିଥିବା ଏକ ପାଣି ମୋଟର ସହିତ ପାଇପି ଚୋର ମାନେ ନେଇ ଯାଇଥିବା ଜଣାପଡିଛି । ଡେଲାଙ୍ଗରେ ଚୋର ମାନେ ପୋଲିସକୁ ଖୋଲା କୋଲି ଭାବରେ ଚାଲେଞ୍ଜ ଦେଇଥିବା ଆଲେଚନା ହୋଉଛି  । ଏହି ଚୋର ମାନେ କେବେ ପୋଲିସ ହାଜତରୁ ହାଜତ ଭାଙ୍ଗି ଚୋରି କରୁଛନ୍ତି ତାହା ଦେଖିବା ପାଇଁ ଡେଲାଙ୍ଗ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts