୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ, ସବୁଠାରେ ଉଡିଲା ତ୍ରିରଙ୍ଗା
ସାକ୍ଷୀଗୋପାଳ----- ପୁରପଲ୍ଲୀରୁ ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ଉଡିଲା ତ୍ରିରଙ୍ଗା । ପିଲାଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଭାରତ ମାତାର ଜୟ ଗାନ କରିବାକୁ ଭୁଲିନଥିଲେ । ୭୦ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଞ୍ଚସଖା ସମାଧିପୀଠ ଓ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରେ ମଣ୍ଡପ ସହିତ ଗୋପବନ୍ଧୁଙ୍କ ଜନ୍ମପୀଠ ତଥା ଷଠୀଘରେ ବିଭିନ୍ନ ବିଦ୍ୟାଳୟର ଛ୍ରାତ ଛାତ୍ରୀ , ଅଧ୍ୟାପକ, ଅଧ୍ୟାପିକା, ସମାଜସେବୀ ଓ ଗୋପବନ୍ଧୁ ପ୍ରେମୀ ମାନେ ପୁଣାତ୍ମା ପ୍ରତିମାୂର୍ତ୍ତିରେ ମାଲ୍ୟପର୍ଣ କରି ଭାରତ ମାତାକି ଜୟ ଓ ଗୋପବନ୍ଧୁ ଅମର ରହେ ସ୍ଳୋଗାନ ଦେଇଥିଲେ । ସେହିପରି ବକୁଳବନ ପରିସରରେ ବକୁଳବନ ସୁରକ୍ଷା ମଞ୍ଚ ଓ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ମାନେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ବସଷ୍ଟାଣ୍ଡ ନିକଟସ୍ଥ ପଞ୍ଚସଖାଙ୍କ ମଣ୍ଡପଠାରେ ସାଧାରଣ ଦିବସ ପାଳନ ହୋଇଯାଇଛି । ୩୧୬ ଜାତୀୟ ରାଜପଥର ବୀରଗୋବିନ୍ଦପୁର ପାଶ୍ୱର୍ରେ ଅବସ୍ଥିତ ଗ୍ରାମ କୃଷି ବିକାଶ ପରିଷଦ ଓ ମାତୃଶକ୍ତି ଖାଦ୍ୟ ପ୍ରକିୟା କରଣ ଉଦ୍ୟୋଗ କାର୍ଯ୍ୟାଳୟରେ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଯୋଗଦେଇ କାର୍ଯ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହ ଧୂପ ଦ୍ୱୀପ ଦେଇଥିଲେ । ପରେ ପରେ ଜାତୀୟ ପତକା ଉତ୍ତୋଳନ କରି ଦେଶପ୍ରତି ଅବଦାନ ରହିଥିବା ସେହି ମହାପୁରଷଙ୍କ ଜିବନୀ ଉପରେ ଆଲେକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ପ୍ରତାପ ପାହନ୍ତାସିଂ, କୋଷାଧ୍ୟକ୍ଷ ସଂଜୁକ୍ତା ପାହନ୍ତାସିଂ , ମା ଯୋଗମାୟା ମହିଳା ଗୋଷ୍ଠୀ ସମ୍ପାଦିକା ସୁକାନ୍ତି ଦାସ, ସଦସ୍ୟା ବିଣାପାଣି ବେହେରା, ଗୋପବନ୍ଧୁ କୃଷକ କ୍ଳବର ସଭାପତି ନରହରି ମିଶ୍ର, ଅପତ୍ତି ପ୍ରଧାନ, ଶ୍ରତୁଘନ୍ନ ପ୍ରଧାନ ବନମାଳି ନନ୍ଦ,ମା ଯୋଗମାୟା କୃଷକ କ୍ଳବର ସଭାପତି ପ୍ରମୋଦ କୁମାର ଗୁରୁ, ସମ୍ପାଦକ ଭରତ ପ୍ରଧାନ, ସତ୍ୟ ପ୍ରସନ୍ନ କୁମାର ଜେନା, ସୁଦାମ ରାଉତ, ଲିଙ୍ଗରାଜ ରାଉତ, ସୁଧାକର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ସତ୍ୟବାଦୀ ଉଚ୍ଚ ବାଳକ, ବାଳିକା, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଗୋପାଳପୁର ପାଟଣା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ହାତରେ ଜାତୀୟ ପତକା ଧରିବା ସହ ଜାତୀୟ ସଂଗୀତ ଗାନ କରିବା ସହ ବିଭିନ୍ନ ସ୍ଳେଗାନ ମାନ ଦେଇ ବଜାର ପରିକ୍ରମା କରିଥିଲେ । ଏନ.ସି.ସି, ସ୍ଳାଉଟ, ଗାଇଡ୍ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ୟାରେଡ ପ୍ରଦାନ କରିଥିଲେ । ଅଳଗୁମ ଜାଗେଶ୍ୱରୀ ଉଚ୍ଚ ବିଦ୍ୟାଳୟ, ରାୟଚକ୍ରଧରପୁର ହାଇସ୍କୁଲ ଓ ଗବକୁଣ୍ଡ ଜୟଦୁର୍ଗା ହାଇସ୍ଳୁଲ ସହିତ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଉଚ୍ଚ ସରକାରୀ ବାଳିକା ବାଳକ ବିଦ୍ୟାଳୟ ସହିତ ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଜାତୀୟ ପତକା ଉତ୍ତୋଳନ କରିଥିଲେ । ସେହିପରି ବିଭିନ୍ନ ରାଜନୈତିକ ଦଳ, ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସତ୍ୟବାଦୀ ବ୍ଳକ ପରିସରରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ତହସିଲ କାର୍ଯ୍ୟାଳୟ, ସତ୍ୟବାଦୀ ଥାନାରେ ଆଇଆଇସି ଜ୍ୟୋତି ପ୍ରକାଶ ସ୍ୱାଇଁ, ମନ୍ଦିର କାର୍ଯ୍ୟନିବାର୍ହୀ ଅଧିକାରୀ କୈଳାଶ ଚନ୍ଦ୍ର ମିଶ୍ର, ସଂଗୀତ ମହାବିଦ୍ୟାଳୟ, ଷ୍ଟାର ଆଣ୍ଡ ଷ୍ଟାଇଲି କ୍ଳବରେ ଆଇନିଜିବୀ ଅଞ୍ଜନ କୁମାର ହୋତା ସାମ୍ବାଦିକ କିଶୋର ମହାପାତ୍ର ପତକା ଉତ୍ତୋଳନ କରିଥିଲେ । ସେହିପରି ରିଟ୍ ଶିକ୍ଷା ତାଲିମ କେନ୍ଦ୍ରରେ ବିଡିଓ ଡ. ଗୌରବ ମୟ ପ୍ରଧାନ ପତକା ଉତ୍ତୋଳନ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଚରଣ ଦାଶ, ମୁଳଅଳସା ସମିତିସଭ୍ୟଙ୍କ ପ୍ରତିନିଧି ସ୍ୱାଧୀନ ରାଉତ ଯୋଗଦେଇ ମହାପୁରୁଷ ମାନଙ୍କ ସମପର୍କେ ମତ ପ୍ରକାଶ କରିଥିଲେ । ଅନୁଷ୍ଠାନର ସଭାପତି ଉମେଶ ଚନ୍ଦ୍ର ବରାଳ, ଜାଗୃତି ଅନୁଷ୍ଠାନର ସଭାପତି ଲକ୍ଷ୍ମୀଧର ପରିଡା, ଅଧ୍ୟକ୍ଷ ମୌଜି ଜେନା, ସୁଚିସ୍ମିତା ବରାଳ ଓ ସୂରପା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି