ପିଠା କାର୍ଯ୍ୟକ୍ରମରେ’ ଶଙ୍ଖ ପିଠା’ ଦେଖିବା ପାଇଁ ଭିଡ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମରେ ଶଙ୍ଖ ‘ପିଠା’ ସମସ୍ତଙ୍କୁ ଆକର୍ଷଣ କରିଛି । ଏହି ପିଠା ଦେଖିବା ପାଇଁ ଭିଡ ପରିଲକ୍ଷିତ ହୋଇଥିଲା । ପିଠାଟି ଏପରି ଭାବରେ ଗଡା ଯାଇଛି ଶଙ୍ଖ ଭଳି ଦିଶୁଛି । ତାକୁ ଆହୁରୀ ଆକର୍ଷଣୀୟ କରିବା ପାଇଁ ଫୁଲରେ ସଜ୍ଜା ଯାଇଛି । ଏହି ପିଠା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ସିଡିପିଓ ପ୍ରେମବାଳା ତ୍ରିପାଠୀ, ଜିଲ୍ଲାପରିଷଦ ସଭ୍ୟଙ୍କ ପ୍ରତିନିଧି ଦେବାଶିଷ ରାୟ, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ସରପଞ୍ଚ ରୁନା ସେଠୀ ଓ ସମିତିସଭ୍ୟ ଜଳନ୍ଦର ସେଠୀ, ଯୁବ ସଂଗଠକ ଶଙ୍କର ପ୍ରଧାନ ଓ ସୁବାଷ ପ୍ରଧାନ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କେ ଆଲେକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ମହିଳା ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ, ସହାୟିକା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶତାଧିକ ମହିଳା ପୁରୁଷ ଓ ବିଭିନ୍ନ ମହିଳା ସଂଗଠନ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି