ବିଦ୍ୟାଳୟରେ ପୁରଷ୍କାର ବିତରଣ ଉତ୍ସବ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, ସାଧାରଣଜ୍ଞାନ, ଦେଶତ୍ମାବୋଧ କବିତା, ଗଳ୍ପ, ଚିତ୍ରାଙ୍କନ ଓ ଖେଳକୁଦ ଆଦି ପ୍ରତିଯୋଗିତା କରାଯାଇଥିଲା । ବରିଷ୍ଠ ବିଭାଗରେ ତର୍କରେ ଦୀପ୍ସା ନାୟକ, ଗୀତରେ ମୋନାଲିସା ମହାପାତ୍ର ଓ ଚିତ୍ରାଙ୍କନରେ ଦିବ୍ୟାଙ୍ଗ ଛାତ୍ର ସୁମିତ୍ କୁମାର ବିଶ୍ୱାଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପୁରଷ୍କାର ବିତରଣ ଉତ୍ସବରେ ଶିକ୍ଷକ ପ୍ରଶାନ୍ତ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଦିଲୀପ କୁମାର ପ୍ରଧାନ , ସଭ୍ୟ ସଚିକାନ୍ତ ପ୍ରଧାନ, ଗଗନ ପ୍ରଧାନ ୱାର୍ଡ ସଭ୍ୟ ପ୍ରଦୋଷ ଜେନା ଓ ସାମ୍ବାଦିକ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରଷ୍କାର ବିତରଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାରେ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି