ଜାତୀୟ ଗ୍ରାମୀଣ ଗାନ୍ଧୀ ଉତ୍ସବ ଅବସରରେ “ଅହିଂସା ଓ ପ୍ରଗତି ପଦଯାତ୍ର”ଅନୁଷ୍ଠିତ
ଡେଲାଙ୍ଗ--- ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ତିନିଦିନ ବ୍ୟାପୀ ‘ଜାତୀୟ ଗ୍ରାମୀଣ ଗାନ୍ଧୀ ଉତ୍ସବ ’ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଛି । ଏହି ଅବସରରେ ବେରବୋଇ ଗାନ୍ଧୀ ପୀଠରୁ ମଶାଲ ଶୋଭାଯାତ୍ରା ବୁଧବାର ସକାଳେ ଅନୁଷ୍ଠିତ ହୋଇ ଉତ୍ସବସ୍ଥଳୀରେ ସ୍ଥାପିତ ହୋଇଛି । ଏହି ‘ ଅହିଂସା ଓ ପ୍ରଗତି ପଦଯାତ୍ରା’ରେ ଶହଶହ ଯୁବକ, ଯୁବତୀ ଛାତ୍ର, ଛାତ୍ରୀ ଶିକ୍ଷାବିତ୍ତ, ସମାଜସେବୀ, ସାମ୍ବାଦିକ , ଗାନ୍ଧୀବାଦୀ ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷ ମାନେ ପଦଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସଂଗୃହୀତ ଜ୍ୟୋତିକୁ ଉତ୍ସବର ସଭାପତି ତଥା ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ । ମଶାଲ ଶୋଭାଯାତ୍ର ଆରମ୍ଭରେ ପ୍ରଫେସର ଶଶାଙ୍କ ଚୁଡାମଣି, ଗାଦିବ୍ରହ୍ମ ମହାବିଦ୍ୟାଳୟର ଅଧ୍ୟକ୍ଷ ଐତିହାସିକ ଡ. ସରୋଜ କୁମାର ପଣ୍ଡା, ଉତ୍ସବ କମିଟିର ଆବାହକ ତଥା ଡେଲାଙ୍ଗ ଗାଦିବ୍ରହ୍ମ ମହାବିଦ୍ୟାଳୟର ଅଧ୍ୟାପକ ତ୍ରିନାଥ ପରିଡା, ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ଦୀପକ କୁମାର ମିଶ୍ର, ପୂର୍ବତନ ବ୍ଳକ ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ,ଗାନ୍ଧୀ ସ୍ମାରକି ସମିତିର ସମ୍ପାଦକ ଚନ୍ଦ୍ର ଶେଖର ବିଶ୍ୱାଳ , କବିପ୍ରସନ୍ନ ପାଟ୍ଟାଶାଣି ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୂର୍ଯ୍ୟମଣି ଜେନା, ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ, ଶିକ୍ଷକ ପବିର ମହାପାତ୍ରଙ୍କ ସହିତ ପ୍ରମୁଖ ମଶାଲ ଶୋଭାଯାତ୍ରରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି