Breaking News

ବେରବୋଇ ଗାନ୍ଧିପୀଠ ଅବହେଳିତ: ସହିଦଦିବସ ଦିନ ଧାରଣା

ଡେଲାଙ୍ଗ---- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ବେରବୋଇ ଗ୍ରାମକୁ ୧୯୩୮ ମସିହାରେ ଗାନ୍ଧି ସେବାସଂଘର ଚତୁର୍ଥ ଅଧିବେଶନ ଅନୁଷ୍ଠିତ ହୋଇଥିଲା  । ଏଥିରେ ଯୋଗଦେବା ପାଇଁ ଗାନ୍ଧି ତାଙ୍କର ସହକର୍ମୀ ଓ ପରିବାରଙ୍କ ସହିତ ଏଠାରେ ସାତଦିନ ସାତରାତି ରହିଥିଲେ  ।  ଅଧିବେଶନରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ବଲ୍ଲବ ଭାଇ ପଟେଲ, ମୌଳାନ ଆବୁଲ କାଳାମ ଆଜାଦ୍, ଆଚାର୍ଯ୍ୟ କୃପାଳିନୀ  ସହ ଅନେକ ଜନନାୟକ ଉପସ୍ଥିତ ରହିଥିଲେ  । ସେହି ଦିନର କଥାକୁ ବା ସେହି ସ୍ମୃତିକୁ ମନେ ରଖିବା ପାଇଁ ୧୯୭୦ ମସିହାରେ ବେରବୋଇରେ ଗଠନ ହେଲା ଗାନ୍ଧି ସେବାସଂଘ ସ୍ମାରକୀ ସମିତି । ବିଭିନ୍ନ ଅଞ୍ଚଳରୁ ଗାନ୍ଧିବାଦୀ ମାନଙ୍କୁ ଏକାଠି କରି ଅନୁଷ୍ଠାନ ପ୍ରତିବର୍ଷ ମାର୍ଚ୍ଚ ଶେଷ ସପ୍ତାହରେ ଏକ ସମାବେଶର ଆୟୋଜନ କରିଆସୁଛି  । ୨୦୧୪ରେ ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗ ବେରବୋଇ ଗାନ୍ଧି ପୀଠକୁ ଗାନ୍ଧି ସର୍କିଟରେ ସାମିଲ କରିଛନ୍ତି  । ମାତ୍ର ପାଞ୍ଚ ବର୍ଷ ମଧ୍ୟରେ କେବଳ ମାପଚୁପ ବ୍ୟତୀତ ଆଉ କିଛି କରାଯାଇ ପାରିନାହିଁ  ବୋଲି ଗାନ୍ଧି ସ୍ମାରକୀ ସମିତିର ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳଙ୍କ ଠାରୁ ପ୍ରକାଶ  । ବର୍ତ୍ତମାନ ଗାନ୍ଧିଙ୍କର ୧୫୦ତମ ଜନ୍ମ ବର୍ଷର ପୂର୍ତ୍ତି ପାଳନ କରାଯାଉଛି । ତୁରନ୍ତ ଗାନ୍ଧି ସର୍କିଟ କାମ ଶେଷ କରିବା ଦାବୀରେ ଜାନୁଆରୀ ୩୦ ତାରିଖ ଦିନ ସହିଦ ଦିବସ ଦିନ ଗାନ୍ଧିପୀଠରେ ୯ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଧାରଣର ଦିଆଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ଶ୍ରୀ ବିଶ୍ୱାଳଙ୍କ ଠାରୁ ପ୍ରକାଶ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts