Breaking News

ପିଠା କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଞ୍ଚାୟତ ପାଇଲେ ମାନପତ୍ର

ଡେଲାଙ୍ଗ---- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତ ପିଠା କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିଲା  । ଏହି କାର୍ଯ୍ୟକ୍ରମ ଡିସେମ୍ବର ମାସ ୧୫ ତାରିଖରୁ ୨୦ ତାରିକ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା  । ଏଥିରେ ପ୍ରଚାର ,ପ୍ରସାର କରିବା ଆଦି ଦିଗରେ ଗୁଆଳିପଡା ଗ୍ରାମ ପଞ୍ଚାୟତକୁ ବଛା ଯାଇଥିଲା  । ରାଜ୍ୟ ସରକାରଙ୍କ ନିସ୍ପତି ଅନୁଯାୟୀ ଯେଉଁ ପଞ୍ଚାୟତ ଗୁଡିକ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେହି ପଞ୍ଚାୟତକୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିଲା  । ପୁରୀ ଠାରେ ୭୦ତମ ସାଧାରଣତନ୍ତ୍ର ଦିବସରେ ଡେଲାଙ୍ଗ ସରପଞ୍ଚ କାଳନ୍ଦି ଚରଣ ଜେନା ଓପଞ୍ଚାୟତ କାର୍ଯ୍ୟ ନିର୍ବାହୀ ପିଲଫସ୍ ଶବର ଅର୍ଥ ଓ କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା. ଜିଲ୍ଳାପାଳ ଜ୍ୟୋତି ପ୍ରକାଶ ଦାଶ, ଏସପି ଡେ ସାର୍ଥକ ଷଡଙ୍ଗୀ, ପିଡି ଢ. ଉଦ୍ଦ୍ୱର୍ବ ଚନ୍ଦ୍ର ମାଝୀଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିଲେ  । ଏହା ସହିତ ପଞ୍ଚାୟତ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ଜମା କରାଯାଇଥିବା ଜଣାପଡିଛି । ସରପଞ୍ଚ ଶ୍ରୀ ଜେନା ଏହି ପୁରଷ୍କାର ପାଇବା ପରେ ସ୍ଥାନୀୟ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିଶେଷ କରି  ବିଧାୟକ ପ୍ରଦୀପ ମହାରଥୀ, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନାଙ୍କ ପ୍ରଚେଷ୍ଟା ଓ ଯୁବ ସଂଗଠକ ଦିପକ କୁମାର ଜେନାଙ୍କ ସହ ସ୍ଥାନୀୟ ଯୁବ ଗୋଷ୍ଠୀ, ମହିଳା ସଂଗଠନଙ୍କ ସହଯୋଗୁ  ଏହା ସମ୍ବବପର ହୋଇ ପାରିଛି ବୋଲି ଶ୍ରୀ ଜେନା କହିଥିଲେ  ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts