କାଳିଆ ପାଇଁ ଲମ୍ବା ଲାଇନି
ସାକ୍ଷୀଗୋପାଳ --------କାଳିଆ ପାଇଁ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଲମ୍ବା ଲାଇନି ସତ୍ୟବାଦୀରେ ଦେଖିବାକୁ ମିଳୁଛି । କାଳିଆ ଠାକୁରଙ୍କୁ ନୁହେଁ ବା ଜଗନ୍ନାଥଙ୍କୁ ଦର୍ଶନ ପାଇଁ ନୁହେଁ ରାଜ୍ୟ ସରକାର କରିଥିବା କାଳିଆ ଯୋଜନା ପାଇଁ । ସରକାର ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନାରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଜାନୁଆରୀ ୨୫ ତାରିଖରୁ ୫ ହଜାର ଟଙ୍କା ଛାଡି ଦେବା ପରେ ଏବେ ବିଭିନ୍ନ ବ୍ୟାଙ୍କରେ ଲୋକଙ୍କର ଗହଳି ଲାଗିଛି । କିଏସେ ବ୍ୟାଙ୍କ ଆକଉଣ୍ଟ ଚେକ୍ କରୁଛିତ କିଏସେ ସେ ଜମା ହୋଇଥବା ଟଙ୍କା ଉଠାଉଛି । ଏପରିକି ରାସ୍ତା ଉପରେ ଥିବା ବ୍ୟାଙ୍କ ଗୁଡିକରେ ଭିଡ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଲେକମାନେ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହୋଇ ରହୁଥିବାର ଦେଖାଯାଇଛି । ଏବେ ବଜାର ଘାଟରେ ଆଲେଚନା ହୋଉଛି କାଳିଆ ପାଇଁ ଲୋକମାନେ ହୋଇଛନ୍ତି ବାୟା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି