ଡେଲାଙ୍ଗ ------ ନିର୍ବାଚନ ବେଗୁଲ ନ ବାଜିବା ଆଗରୁ ଡେଲାଙ୍ଗ- ପିପିଲି ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀ ମାନେ ସଜାଗ ହେବା ପାଇଁ ଜିଲ୍ଲା ପରିଷଦ ଜୋନଂ ସ୍ତରୀୟ କର୍ମୀ ସମ୍ମଳନୀରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମଳନୀରେ ଯେତେକି ମହିଳା ପୁରୁଷ ଯୋଗଦେଉଛନ୍ତି ଏଥିରୁ ପ୍ରମାଣ ମିଳୁଛି ବିଜେଡି ସରକାରଙ୍କ ବା ସ୍ଥାନୀୟ ବିଧାୟକଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଏହିବୈଠକରେ କଂଗ୍ରେସ ଦଳ ଛାଡି କର୍ମୀ ମାନେ ବିଜେଡିରେ ସାମିଲ ହୋଉଥିବାର ଦେଖାଯାଇଛି । ଡେଲାଙ୍ଗ ବ୍ଲକର ଗଡଭୋଟରୀ ଗ୍ରାମ ପଞ୍ଚାୟତର ଉର୍ଗ୍ରେଶ୍ୱର ଦେବଙ୍କ ପୀଠ ପଡିଆରେ ୧୫ନମ୍ବର ଜିଲ୍ଲାପରିଷଦ ଜୋନ ସ୍ତରୀୟ ବିଜେଡି ଦଳର କର୍ମୀ ସମ୍ମଳନୀରେ ହଜାର ହଜାର ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପଞ୍ଚାୟତ ରାଜ ଓ କୃଷି ବିଭାଗ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥି ଯୋଗ ଦେଇ କହିଥିଲେ ଆମ ସରକାର କାମ ଉପରେ ବିଶ୍ୱାସ କରେ କଥା ଉପରେ ବିଶ୍ୱାସ କରନ୍ତି ନାହିଁ ଆମ ମୁଖ୍ୟମନ୍ତ୍ରୀ । ଯେଉଁ ମା ମାନେ ମତୋ ବିଜୟର ଟିକା ପିନ୍ଦାଇ ଦେଇ ବିଧାନସଭାକୁ ଛାଡିଛନ୍ତି ସେମାନଙ୍କ ପାଇଁ ମୁଁ ସେବା କରୁଛି ଓ କରୁଥିବି ବୋଲି ବୈଠକରେ କହିଥିଲେ । ବ୍ଳକର ବିଜେଡି ସଭାପତି ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନା ସଭାରେ ସଭାପତିତ୍ୱ କରିଥିଲେ । ପୂର୍ବତନ ଆତ୍ମାର ସଭାପତି ବସନ୍ତ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ପ୍ରସନ୍ନ ସାହୁ କହିଥିଲେ ଓଡିଶରେ ନବୀନ ପଟ୍ଟନାୟକଙ୍କୁ ଛାଡି ଦେଲେ ଓଡିଶାର ଅଗ୍ରଗତି ସମ୍ଭବ ପରନୁହେଁ ବୋଲି କହିଥିଲେ । ସେହପିରି ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟ, ଜିଲ୍ଲା ପରିଷଦସଭ୍ୟ ଦେବାଶିଷ ନନ୍ଦ, ମଳୟ ମହାନ୍ତି, ପିପିଲି ବ୍ଳକର ଆତ୍ମାର ସଭାପତି ଧରଣୀ ଧର ସାହୁ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ପିପିଲି ବ୍ଳକର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଆଇନଜିବୀ ଶ୍ରୀଧର ପ୍ରଧାନ ପ୍ରମୁଖ ଯୋଗଦେଇ ବିଜେଡି ସରକାରଙ୍କ ସମୟରେ କରାଯାଇଥିବା ବିଭିନ୍ନ ଯୋଜନା ଓ ବିଧାୟକ ଶ୍ରୀ ମହାରଥୀ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କେ ସୂଚନା ପ୍ରଦାନ କାରିଥିଲେ । ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନେ ଯୋଗଦେଇ ବିଜେଡି ସରକାରଙ୍କ ସମୟରେ କରାଯାଇଥିବା ବିଭିନ୍ନ ଯୋଜନାରେ ବିଧାୟକଙ୍କ ଭୂମିକା ପ୍ରମୁଖ ବୋଲି କହିଥିଲେ । ଆଗାମୀ ୨୦୧୯ରେ ହେବାକୁ ଯାଉଥିବା ସଂଗ୍ରାମରେ ଆମ ନେତାଙ୍କୁ ଆମେ ଏକାଠି ହୋଇ ବିପୁଳ ଭାବରେ ବିଜୟୀ କରିବା ପାଇଁ ମହିଳା ମାନେ ହୁଳହୁଳି ପକାଇ ସମର୍ଥନ ଜଣାଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି