Breaking News

ସ୍ତୀର ଚରିତ୍ରକୁ ସନ୍ଦେହ କରି ହତ୍ୟାକଲା ସ୍ୱାମୀ

 ସାକ୍ଷୀଗୋପାଳ-----  ପୁରୀ ରେଳ ବଗି ଟଏେଏଟରୁ ମୁଣ୍ଡ ବିହିନ ଜଣେ ମହିଳାଙ୍କ ଶବ ରେଳ ପୋଲିସ ପାଇଥିଲା  । ସଙ୍ଗେ ସଙ୍ଗେ ଡେଲାଙ୍ଗ ରେଳ ଷ୍ଟେସନ ପାଖ ବେରବୋଇ ଗେଟ ପାଖରେ ଜଣେ ମହିଳାଙ୍କୁ ମୁଣ୍ଡ ପଡିବା ଘଟଣା ସେ ସମୟରେ ସମସ୍ତଙ୍କୁ ଚକିତ କରିଥିଲା  । ରେଳ ପୋଲିସ  ପାଇଁ ମୁଣ୍ଡ ବିନ୍ଧା ସାଜିଥିଲା  । ପୋଲିସ ଶବ ଜବତ କରି ପୋଷ୍ଟମଷ୍ଟମ ରକିବାସ ହ ଶବ ସଂରକ୍ଷିତ ଗୃହରେ ନିୟମ ଅନୁସାରେ ରଖିବା ପରେ କୌଣସି ସନ୍ଦାନ ନ ମିଳିବାରୁ ଶେଷରେ ଶବ ସତ୍କାର କରିଥିଲା  । ମାତ୍ର ବିଭିନ୍ନ ଥାନାକୁ ଏ ସର୍ମ୍ପକରେ ଜଣାଇବା ସହ ତଦନ୍ତ ଜାରି ରଖିଥଲା  । ସୁଚନାଯୋଗ୍ୟ ଯେ ଯାଜପୁର ଅଞ୍ଚଳର ବିଞ୍ଚାରପୁର ଥାନା ଖଣ୍ଟିପାଲ ଗ୍ରାମର ଗୀତାଞ୍ଜଳି ମଲ୍ଳିକଙ୍କୁ ଚେନ୍ନାଇ ନେଇଯିବା ପାଇଁ ଘରୁ ତାଙ୍କ ସ୍ୱାମୀ କପିଲ ଓରଫ ବାମନ ଚରଣ ମଲ୍ଲକ ୨୦୧୮ ଜୁନ ମାସ ୨୦ ତାରିଖରେ ଆଣିଥିଲା  । ପୁରୀରେ ବୁଲା ବୁଲି କରିବା ପରେ ପୁରୀରୁ ଟ୍ରେନ ଯୋଗେ ରାତି ଖୋର୍ଦ୍ଧା ପାସେଞ୍ଜର ଟ୍ରେନରେ ଚଡିଥିଲେ  । ଗୀତାଞ୍ଜଳି ଟ୍ରେନରେ ଟଏଲେଟ ଯାଇଥିବା ବେଳେ ବାମନ ନିଜ ପ୍ଳାନ ଅନୁଯାୟୀ ପାଖରେ ଲୁଚାଇ ରଖିଥିବା ଛାରୀରେ ତା ବେକ କାଟି ଦେଇଥିଲେ  । ଏପରିକି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲା  । ଡେଲାଙ୍ଗରେ ମୁଣ୍ଡ ପକାଇ ଦେଇ ସେହି ଟ୍ରେନ ବଗିରେ ଶବ ପକାଇ ଦେଇ ଅନ୍ୟ ଏକ ଗାଡିରେ ଚେନ୍ନାଇ ପଳାଇ ଯାଇଥିଲା  । ମାତ୍ର ପାପ କପିଳକୁ ଗୋଡାଇବାରୁ ସେ ଆଠ ମାସ ପରେ ଘରକୁ ଫେରିଥିଲା । କପିଲ ୧୯ ତାରିଖ ଦିନ ନିଜଗ୍ରାମ ମଙ୍ଗଳପୁରକୁ ଆସିଥିଲା  । କପିଳକୁ ଦେଖିବା ପରେ ଗୀତାଞ୍ଜଳିର ପରିବାର ଲୋକ ମାନେ ଝିଅ କଥା ପଚାରିଥିଲେ  । କପିଳ କଥା ବାର୍ତ୍ତାରୁ ସନ୍ଦେହ ହେବାରୁ ସେମାନେ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ  । ସେହି ଅଭିଯେଗକୁ ଗ୍ରହଣ କରି ପୋଲିସ ତଦନ୍ତ କରିବା ସମୟରେ କପିଳକୁ ଅଟକାଇ ପଚାର ପଚାରି କରିବା ପରେ କପିଳ ସମସ୍ତ କଥା ମାନିବା ସହ କେଉଁଠି କିପରି କରିଥିବଲା ତାହା ପୋଲିସ ଆଗରେ ଦେଖାଇଥିଲା  । ରେଳୱ ପୋଲିସ କପିଳକୁ ଗିରଫ କରି କୋର୍ଟକୁ ପଠାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts