ନାବାଳିକା ଛାତ୍ରୀଙ୍କୁ ବଳତ୍କାର ଉଦ୍ୟମ କରି ଜେଲ ଗଲେ ଟିଉସନ ସାରେ
ସାକ୍ଷୀଗୋପାଳ---- ନାବାଳିକ ଛାତ୍ରୀଙ୍କୁ ବଳତ୍କାର ଉଦ୍ୟମ କରି ଟିଉସନ ସାରେ ଏବେ ଜେଲରେ । ପୁରୀଜିଲା ସତ୍ୟବାଦୀ ଥାନର ଏକ ଗ୍ରାମରେ ଯୁବକ ଏକ ଟିଉସନ କରି ଆସୁଥିଲେ । ସୁବିଧା ସୁଯୋଗ ଦେଖି ନା ବାଳିକା ଛାତ୍ରୀଙ୍କୁ ସାରେ ବଳତ୍କାର କରିବା ପାଇଁ ଉଦ୍ୟମ କରିଥିଲେ ବୋଲି ଛାତ୍ରୀ ଜଣଙ୍କ ନିଜ ମାଙ୍କ ଆଗରେ କହିଥିଲେ । ତା ପରେ ସାରଙ୍କ କାରନାମ ପଦାକୁ ଆସିଥିଲା । ପରିବାର ଲୋକଙ୍କ ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନାରେ ୧୯/ ୧୯ ରେ ଏକ ମୋକଦ୍ଦମା ଋଜୁକରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଭାରତୀୟ ଦଣ୍ଡ ବିଧି ଧାରାର ୩୭୬/ ୫୧୧ ଏବଂ ୮ ପୋକ୍ସ ଆକ୍ଟ ବଳରେ ଗିରଫ କରାଯାଇଥିବା ତଦନ୍ତ ଅଧିକାରୀ ଏସଆଇ ରବିନ୍ଦ୍ର କୁମାର ନନ୍ଦ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି