Breaking News

ମୁଖ୍ଯମନ୍ତୀଙ୍କୁ ଭେଟି ପାରିଲେ ନାହିଁ ଦିବ୍ଯାଙ୍ଗ

ପୁରୀ----ମୁଖ୍ୟମନ୍ତୀଙ୍କୁ ଭେଟିବାକୁ ଯାଇ ନିରାଶ ହୋଇ ଫେରିଲେ ଦିବ୍ୟାଙ୍ଗ । ପୋଲିସ ନିଜ ଚାକିରି ବଂଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରାଇ ଦେଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ପ୍ରତାପ ସାହୁ । ପ୍ରତାପ ସାହୁ  90 ପ୍ରତିଶତ ଭିନ୍ନକ୍ଷମ ଥିବା ବେଳେ ଯୁକ୍ତ 3 ପାସ କରି ଚାକିରି ଅ।ଶାରେ ସମସ୍ତଙ୍କ ପାଖରେ ନିରାଶ ହେବା ପରେ ଅ।ଜି ମୁଖ୍ୟମନ୍ତୀଙ୍କୁ ଭେଟିବା ପାଇଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ମାତ୍ର ପୋଲିସ ମୁଖ୍ୟମନ୍ତୀ ମନ୍ଦିର ପରିଦର୍ଶନ ର କିଛି ସମୟ ପୂର୍ବରୁ ଦିବ୍ୟାଙ୍ଗ ପ୍ରତାପ ଙ୍କୁ ସେହି ସ୍ଥାନ ଛାଡିବ।କୁ ବାଧ୍ୟ କରିଥିଲା, ବାଧ୍ୟ ହୋଇ ଦିବ୍ୟାଙ୍ଗ ପ୍ରତାପ ସାହୁ ଅପେକ୍ଷାରତ ସ୍ଥାନରୁ ନିରାଶ ହୋଇ ଫେରିବାର ଦେଖିବାକୁ ମିଳିଥିଲା। ସେପଟେ ପୋଲିସ ନିଜ ଚାକିରି ବଞ୍ଚାଇବାକୁ ଯାଇ ମୋତେ ନିରାଶ କରିଛି ବୋଲି ପ୍ରତାପ କହିଛନ୍ତି ।। ମୁଖ୍ୟମନ୍ତୀ ପାଖକୁ ଅଭିଯୋଗ ପଠାଇଛି ଯଦି କୌଣସି ସୁବିଧା ନ ମିଲେ ବାଧ୍ୟ ହୋଇ ମନ୍ଦିର ସମ୍ମୁଖରେ ପ୍ରତାପ ଭିକ୍ଷାବୃତ୍ତି କରିବ ବୋଲି ପ୍ରତାପର ସଂପର୍କୀୟ କହିଛନ୍ତି ।
ନିମାପଡାରୁ ଜୟନ୍ତ ସେଠୀ

Blog Archive

Popular Posts