Breaking News

କାଳିଆ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଭିଡ

 ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ କାଳିଆ ପାଇଁ ପୁଣି ଭିଡ ଦେଖିବାକୁ ମିଳିଛି  । କାର୍ଯ୍ୟାଳୟ ନ ଖେଲିବା ଆଗରୁ ଲୋକମାନେ ସେଠାରେ ମରାଯାଇଥିବା ତାଲିକା ଦେଖିବା ସହ ବିଭିନ୍ନ ଆଲେଚନା କରୁଛନ୍ତି । ଏପରିକି ଯେଉଁ ମାନଙ୍କର ପ୍ରଥମ ପର୍ଯ୍ୟାୟରେ ସରକାରୀ ଭାବରେ ଚାଷୀଙ୍କ  ନାମ ପ୍ରକାଶ ପାଇଥିଲା ମାତ୍ର ସେମାନଙ୍କ  କେତେକ କାଗଜପତ୍ରରେ ତ୍ରୁଟି ରହିବାରୁ ସେମାନେ ଆଉଥରେ ଫର୍ମ ପକାଇବା ପାଇଁ ନାମ ପ୍ରକାଶ ପାଇଛି । ସେହିପରି ଯେଉଁ ଚାଷୀମାନେ ସରକାରୀ ତାଲିକାରେ ନାମ ନଥିଲା ସେମାନେ ଫର୍ମ ପକାଇ କାଳିଆ ଯୋଜନାରେ ସାମିଲ ହୋଇଥିଲେ  । କୌଣସି କାରଣରୁ ତ୍ରୁଟି ରହିଯାଇଥିବାରୁ ସେମାନଙ୍କ ନାମ ସେହିପରି ପ୍ରକାଶ ପାଇଛି ।  ନାମ ମାତ୍ର ଓ ଭୂମିହୀନ ଚାଷୀ ସେମାନେ ମଧ୍ୟ ଏହି କାଳିଆ ଯୋଜନାରେ ସାମିଲ ହେବା ପାଇଁ ଫର୍ମ ପକାଉଛନ୍ତି   । ଯେଉଁମାନଙ୍କର ଫର୍ମରେ କିଛି ତ୍ରୁଟି ରହିଯାଇଛି ଏବଂ ଯେଉଁ ଚାଷୀ ମାନେ ଫର୍ମ ପକାଇ ନାହାନ୍ତି ସେମାନେ ଏବେ ଫର୍ମ ପକାଉଥିବାର ଜଣାପଡିଛି  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts