Breaking News

ପତିତପାବନ ଯୁବକ ସଙ୍ଘର ୩ୟ ବାର୍ଷିକ ଉସô୍ବ ଅନୁଷ୍ଠିତ

 ସାକ୍ଷୀଗୋପାଳ--- ଗଙ୍ଗାନାରାୟଣପୁର ପଞ୍ଚାୟତର ଫୁଳତୋଟା ପତିତପାବନ ଯୁବକ ସଙ୍ଘ ପକ୍ଷରୁ ୩ୟ ବାର୍ଷିକ ଉସô୍ବ ରବିବାର ପାଳିତ ହୋଇଯାଇଛି । ଏହି ଉସô୍ବରେ ପୁରୀ ସଦର ବ୍ଳକ ଅଧ୍ୟକ୍ଷା ସରୋଜିନୀ ବେହେରା ସଭାପତିତ୍ୱ କରିଥିଲେ  । ରାଜସ୍ୱ ସ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି ଯୋଗଦେଇ ଯୁବଗୋଷ୍ଠୀ ମାନେ ସଫଳତା ପାଇଲେ ରାଜ୍ୟ ଓ ଦେଶର ଉନ୍ନତି ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ  । ସମ୍ମାନୀୟ ଅତିଥିଭାବେ ବୀରପ୍ରତାପପୁର ପଞ୍ଚାୟତର ସରପଞ୍ଚ ବଂଶୀଧର ମହାନ୍ତି,ଗଙ୍ଗାନାରାୟଣପୁର ସରପଞ୍ଚ  ରଶ୍ମିତା ଭୋଇ,ଜିଲ୍ଲା ପରିଷଦ ପ୍ରତିନିଧି ସୁଭାଷ ଚନ୍ଦ୍ର ସ୍ୱାଇଁ,ବିଜେଡି ଯୁବ ସଭାପତି ସତ୍ୟ ନାରାୟଣ ରାଉତ ଏବଂ କାଳୁ ସାମନ୍ତରାୟ ଯୋଗଦେଇଥିଲେ  । ଏହି ଅବସରରେ ୫ଜଣ ବରିଷ୍ଠ ନାଗରିକ ଯଥା ମୁକୁନ୍ଦ ନାୟକ,ଅଶୋକ କୁମାର ମହାନ୍ତି,ମୂଳିଆ ଜେନା, ହେମନ୍ତ କୁମାର ମିଶ୍ର, ଏବଂ ଦୈତାରୀ ଜେନାଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ପକ୍ଷରେ ଯୁବକମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସପଳତା ହାସଲ  କରିଥିବା ରାଜେନ୍ଦ୍ର ପ୍ରସାଦ ସାମନ୍ତରାୟ,ମନୋଜ କୁମାର ମହାପାତ୍ର,ଦିବାକର ପାଢୀ,ସୁରଥ ନାୟକ,ରବି ପ୍ରଧାନ, ଶୁଭମ ରାଉତ,ପ୍ରଫୁଲ ବେହେରା,ଜଗତ କୁମାର ନାୟକ ଏବଂ ଗୁରୁ ପ୍ରତାପଙ୍କୁ ସମ୍ବର୍ଦ୍ଧନା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ଉସô୍ବ ଶେଷରେ ଯୁବକ ସଙ୍ଘ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  । କାର୍ଯ୍ୟକ୍ରମକୁ ପୂର୍ବତନ ସରପଂଚ ମଧୁସୁଦନ ନନ୍ଦ ଏବଂ ମନୋରଞନ ମିଶ୍ର  ପରିଚାଳନା କରଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts