Breaking News

ସ୍ୱାଧୀନତା ସଂଗ୍ରାମୀଙ୍କ ବେଶରେ ପ୍ରଭାତ ଫେରିକଲେ କୁନି କୁନି ଛାତ୍ର ଛାତ୍ରୀ

 ଡେଲାଙ୍ଗ-- ଡେଲାଙ୍ଗ ବ୍ଳକର ମାଣଚିନା ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କୁନି କୁନି ଛାତ୍ର ଛାତ୍ରୀ ମାନେ ୭୦ତମ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମହାପୁରଷଙ୍କ ବେଶରେ ପ୍ରଭାତ ଫେରି କରିଥିଲେ  । ଏହି ସମୟରେ ରାସ୍ତାରେ ଯାଉଥିବା ଲୋକମାନେ ପିଲା ମାନଙ୍କର ବେଶ ଦେଖି କିଛି ସମୟ ପାଇଁ ଅଟକି ଯାଇଥିଲେ  । କିଛି ଅବିଭାବକ ମାନେ ସେମାନଙ୍କ ପିଲାଙ୍କୁ ଏହି ବେଶରେ ଦେଖି ଖୁସି ହୋଇଥିଲେ  । ଏହି ଅବସରରେ ବିଦ୍ୟାଳୟର ସଭାପତି ଅତୁଲ୍ୟ ଶତପଥି ଜାତୀୟ ପତକା ଉତ୍ତୋଳନ କରିଥିଲେ  । ସମ୍ପାଦକ ଜିତେନ୍ଦ୍ର ସ୍ୱାଇଁ ଅନୁଷ୍ଠିତ ସଭା କାର୍ଯ୍ୟ ପରିଚାଳନା କରିଥିଲେ  । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୁତା ପ୍ରତିଯୋଗିତା କରାଯାଇଥିଲା  ।ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ପ୍ରଦାନ କରାଯାଇଥିଲା  । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରତାପ କୁମାର ଜେନା ଧନ୍ୟବାଦ ଦେଇଥିଲେ  । ଗୁରୁମା ରୋଜାଲିନ ବରାଳ, ବସନ୍ତ ମଞ୍ଜରୀ ଶତପଥି, ଜୋସ୍ନାମୟି ଲେଙ୍କା , ପୂଜା ପରିଡା,ସଂଘମିତ୍ର ରାଉତ ଓ ଅମ୍ବିକା ନାୟକ ସହଯୋଗ କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts