Breaking News

ସତ୍ୟବାଦୀ ୟୁଥ୍ କାର୍ନିଭାଲ-୨୦୧୯ ଉଦ୍ଘାଟିତ ; ପ୍ରଥମ ସଂଧ୍ୟାରେ ନୃତ୍ୟ ଓ ସଂଗୀତରେ ଝୁମିଲେ ଦର୍ଶକ

ସାକ୍ଷୀଗୋପାଳ----  ପଞ୍ଚସଖା ମୁକ୍ତାକାଶ ପଡିଆରେ ସତ୍ୟବାଦୀ ୟୁଥ୍ କାର୍ନିଭାଲ- ୨୦୧୯ ଗୁରୁବାର ପ୍ରଥମ ସଂଧ୍ୟା ଉଦ୍ଘାଟିତ ହୋଇଯାଇଛି । ଏହାର ଆୟୋଜକ ସାକ୍ଷୀଗୋପାଳର କ୍ଳବ ସତ୍ୟବାଦୀ ନେହେରୁ ଯୁବ କେନ୍ଦ୍ର ( କ୍ରୀଡା ବିଭାଗ, ) ଭାରତ ସରକାର ଓ ସତ୍ୟବାଦୀ ବିଭିନ୍ନ କ୍ଳବର ମିଳିତ ସହଯୋଗ, ପ୍ରମେୟ ନିଉଜ ୭ ମିଡିଆ ପାଟନର ରହିଥିବା ବେଳେ ଦୁତୀୟ ବର୍ଷ ୟୁଥ୍ କାର୍ନିଭାଲ ଅନୁଷ୍ଠିତ ହୋଇଛି  । ଏହା ଚାରିଦିନ ଧରି ଚାଲିବ । ବିଭିନ୍ନ କ୍ରୀଡା, ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ  । ପ୍ରଥମ  ଉଦ୍ଘାଟନ ସଂଧ୍ୟାର ମୁଖ୍ୟ ଅତିଥି ଭାବେ କ୍ରୀଡା ଯୁବ ବ୍ୟାପର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା , ସମ୍ମାନୀତ ଅତିଥି ଭାବେ ଶିଳ୍ପଗୁରୁ ତଥା ପହ୍ମଶ୍ରୀ ରଘୁନାଥ ମହାପାତ୍ର ତଥା ରାଜ୍ୟ ସଭ୍ୟ ସଦସ୍ୟ,   ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟ ଓ କୋରୋଇ ବିଧାୟକ ତଥା ଓଡିଆ ଚଳଚିତ୍ରର କଳାକାର ଆକାଶ ଦାଶ ଯୋଗଦେଇ ୟୁଥ କାର୍ନିଭାଲକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ  । ସତ୍ୟବାଦୀ ହୋଉଛି ଏକ ପୁଣ୍ୟ ମାଟି,  କଳା, ସଂସ୍କୃତ. ଶାନ୍ତି , ମୈତିର ଅଞ୍ଚଳ ବୋଲି ଅତିଥି ମାନେ କହିଥିଲେ  । ଏହି ୟୁଥ କାର୍ନିଭାଲ  ଯୁବପୀଢ଼ି ମାନଙ୍କର ଏକତାହିଁ ପରିଚୟ ସୃଷ୍ଟି କରିଛି ବୋଲି ଅତିଥି ମାନେ କହିଥିଲେ  ।  ଅନୁଷ୍ଠାନର ସମ୍ପାଦକ ଆଲୋକ ଖୁଣ୍ଡିଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ନିହାର ରଞ୍ଜନ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ  । ଉପଦେଷ୍ଠା ସତ୍ୟବାଦୀ ଦାଶ ସଭା କାର୍ଯ୍ୟ ପରିଚାଳନା କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଚରଣ ଦାଶ , ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ସରପଞ୍ଚ ସମିତିସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ  । ପରେ ପରେ ଅସିମ ପଣ୍ଡାଙ୍କ ଗ୍ରୁଫ ସଂଗୀତ ନୃତ୍ୟୁ ପରିବେଷଣ କରିଥିଲେ  ।  ବିଭିନ୍ନ ଯୁବକ ମାନେ ଏହି କାର୍ଯ୍ୟକମରେ ସହଯୋଗ କରିଥିଲେ  । ସକାଳେ ବିଧାୟକ ଶ୍ରୀ ସମାନ୍ତରାୟ ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦ୍ଘାଟନ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts