ଅଳଗୁମରେ ନେତାଜୀ ଜୟନ୍ତୀ ପାଳିତ
ସାକ୍ଷୀଗୋପାଳ---ଅଳଗୁମ ଗ୍ରାମ ପଞ୍ଚାୟତର ଖଣ୍ଡାୟତ ସାହି ପ୍ରାଥମିକ ବିଦ୍ୟାଳୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପ୍ରଶାନ୍ତ କୁମାର ବିଶ୍ୱାଳ, ପ୍ରଧାନ ଶିକ୍ଷକ ତ୍ରିଲୋଚନ ପ୍ରଧାନ ପ୍ରମୁଖ ଯୋଗଦେଇ ନେତାଜୀଙ୍କ ଆଦର୍ଶ ଓ ତାଙ୍କ ଜୀବନି ସମ୍ପର୍କେ ଆଲୋକପାତ କରିଥିଲେ । ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପାଚିକା ଓ ସହାୟିକା ଉପସ୍ଥିତ ରହିଥିଲେ । ସେହିପରି ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ଓ କ୍ଳବ ମାନଙ୍କରେ ନେତାଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି