Breaking News

ଦୁତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଶେଷ , ଖାଇବାକୁ ନେଇ ପାଟିତୁଣ୍ଡ

ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ  ମହିଳା ପୁରଷ ଯୋଗଦେଇଥିଲେ  । ମାତ୍ର ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ପାଇଁ ଦେଉଥିବା ଅର୍ଥ ହେରଫେର କରି ଖାଇବାକୁ ନ ପାଇବାରୁ ପିଠା କାର୍ଯ୍ୟକ୍ରମରେ ମହିଳା ମାନେ ହୋହଲ୍ଲା କରିଥିବା ଜଣାପଡିଛି  । ମୁଖ୍ୟ ଅତିଥି ଭାବେ ବ୍ଳକର କନିଷ୍ଠ ଯନ୍ତ୍ରୀ  କ୍ଷତିଶ ଚନ୍ଦ୍ର ମଲିକ, ସିଡିପିଓ ପ୍ରେମ ବାଳା ତ୍ରିପାଠୀ , ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ, ସରପଞ୍ଚ ପ୍ରଭାତ କୁମାର ସେଠୀ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କେ ଆଲେକପାତ କରିଥିଲେ  ।  ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିବା ସହିତ , ୱାର୍ଡ ସଭ୍ୟସଭ୍ୟା , ଅଙ୍ଗନୱାଡି କର୍ମୀ, ମହିଳା ସଂଗଠନ ପ୍ରମୁଖ  ଉପସ୍ଥିତ ରହି ପିଠା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ  । ମହିଳା ଗୋଷ୍ଠୀ ମାନଙ୍କୁ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ଅଙ୍ଗନୱାଡିକର୍ମୀ ଓ ସହାହିକାମାନଙ୍କୁ ମଧ୍ୟ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା  ।  ସେହିପରି ମଧୁବନ ଓ ସାଣ୍ଢରାଶାସନ ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts