Breaking News

ଜଟଣୀର ବିଭିନ୍ନ ସ୍ଥାନରେ ପାଳିତ ହେଲା ‘ଇଦ୍‌-ଉଲ୍‌-ଜୁହା’




ଜଟଣୀ,-: ଜଟଣୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ଇସଲାମ ସମ୍ପ୍ରଦାୟର ବଳିଦାନର ପର୍ବ ଇଦ-ଉଲ-ଜୁହା। ଜଟଣୀ ସହରରେ ଥିବା ୬ଟି ମସଜିଦ୍ ଓ ଇଦଗାହରେ ଏହି ଇଦ-ଉଲ-ଜୁହା ନମାଜ ପାଠ କରାଯାଇଛି। ଇସଲାମ ଧର୍ମାମ୍ବଲମ୍ବୀ ମୁସଲମାନ ଭାଇମାନଙ୍କର ଦାନ ଓ ଧର୍ମର ପର୍ବ ଇଦ-ଉଲ-ଫିତର ପରେ ବଳିଦାନର ପର୍ବ ଇଦ-ଉଲ-ଜୁହା ଅନ୍ୟତମ। ଆଜି ସକାଳ ସାଢ଼େ ୮ଟା ଠାରୁ ସମସ୍ତ ମସଜିଦ ଗୁଡ଼ିକରେ ଇଦ-ଉଲ-ଜୁହା ନମାଜପାଠ କରାଯାଇଥିଲା ବେଳେ ଆଉ କେତେକ ମସଜିଦରେ ସାଢ଼େ  ଆଠଟା ସମୟରେ ନମାଜପାଠ କରାଯାଇଥିଲା। ଜଟଣୀରେ ରହିଥିବା ଏକମାତ୍ର ଇଦଗାହରେ ନମା ଜୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।  ମସଜିଦରେ ମହିଳାଙ୍କ ପ୍ରବେଶ ବାରଣ ରହିଥିବାରୁ ସେମାନେ ମସଜିଦ ବଦଳରେ ବିଭିନ୍ନ ଅଞ୍ଚଳ ବୁଲାବୁଲି କରି ଏହି ପର୍ବର ମଜା ଉଠାଇଥିଲେ। ଜଟଣୀ ସହରରେ ଥିବା ୬ଟି ମସଜିଦ ସହିତ ଇଦଗାହ, ଜଟଣୀ ଅଞ୍ଚଳର ଗଡ଼ରଥୀପୁରରେ ଥିବା ୨ଟି ମସଜିଦ ଓ ଇଦଗାହ, ବେଣାପଞ୍ଜରୀରେ ଥିବା ୨ଟି ମସଜିଦ ଓ ଇଦଗାହ ସହିତ ଗଡ଼ତରାବୋଇରେ ଥିବା ୨ଟି ମସଜିଦ ଏବଂ ଇଦଗାହରେ ସମୂହ ନମାଜପାଠ କରଯାଇଥିଲା। ଅନ୍ୟପଟେ ଏହି ପର୍ବ ଅବସରରେ ସମସ୍ତ ମୁସଲମାନ ସମ୍ପ୍ରଦାୟଙ୍କ ଘରେ ଖାଦ୍ୟ ପସ୍ତୁତ କରାଯାଇଥିବା ବେଳେ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ଜଣେ ଅନ୍ୟଜଣକୁ ଆଲିଙ୍ଗନ କରି ଏହି ପର୍ବର ଶୁଭେଚ୍ଛା ଜଣାଇଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୬/୨୦୨୫---୯,୨୦ Sakhigopal News,7/6/2025

Blog Archive

Popular Posts