Breaking News

ସାକ୍ଷୀଗୋପାଳ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଗମନୀ ଉତ୍ସବ

 ସାକ୍ଷୀଗୋପାଳ ----  ସାକ୍ଷୀଗୋପାଳ ମନ୍ଦିର ନିକଟରୁ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶତାନବେତମ ଶ୍ରୀକ୍ଷେତ୍ରରୁ ସାକ୍ଷୀଗୋପାଳ ଆଗମନୀ ଓ ଏକାଦଶ ବାର୍ଷିକ ସ୍କୃତି  ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ସାକ୍ଷୀଗୋପାଳ ବଜାର ପରିକ୍ରମା କରି ସତ୍ୟବାଦୀ ବ୍ଳକ ଛକ ନିକଟରେ ଥିବା ସତ୍ସଙ୍ଗ ବିହାର ଠାରେ ପହଞ୍ଚିଥିଲା  ।   ଏହି ଅବସରରେ ଶୁକ୍ରବାର ପ୍ରତ୍ୟୁଷ ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ, ପ୍ରାତଃ ବିନତି, ସଙ୍ଗୀତାଞ୍ଜଳୀ, ସତ୍ସଙ୍ଗ ଓ ସଦାଲୋଚନା ସହିତ ସ୍ମରଣିକା ତପୋ ଦୀପାଳି ଉନ୍ମୋଚନ କରାଯାଇଥିଲା  । ସତସଙ୍ଗ  ବିହାର ଠାରେ ଏକ ଆଧ୍ୟାତ୍ମିକ  ସଭାର ଆୟୋଜନ କରାଯାଇଥିଲା  । ସର ପ୍ରତି ରିତିକି ଗୋପୀନାଥ ତ୍ରୀପାଠୀ ସଭାପତିତ୍ୱ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ସରପ୍ରତି ରିତିକି ଭଗତ୍ ଚରଣ ନାୟକ, ନିରଞ୍ଜନ ବେହେରା, ହୃଷିକେଶ ସେନାପତି, ଶମ୍ଭୁରଧର ଦାଶ, ବୈରାଗୀ ଚରଣ ସାହୁ ଯୋଗଦେଇ ଠାକୁରଙ୍କ  ଭାବଧାର, ଆଦର୍ଶ  ଉପରେ ଆଲେକପାତ କରିଥିଲେ  ।  ଉତ୍ସବ କମିଟିର ସଭାପତି ପ୍ରହ୍ଲାଦ ଘଟୁଆରୀ  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  । ସାକ୍ଷୀଗୋପାଳ ସତସଙ୍ଗ  ବିହାରର ସଭାପତି ରିତିକ୍ ରାଧାଶ୍ୟାମ ମିଶ୍ର, ନଗେନ୍ଦ୍ର ମହାନ୍ତି, ଉଦୟନାଥ ମିଶ୍ର  ଓ ଶିଶିର  ମିଶ୍ର , ଭ୍ରମର ବର ସ୍ୱାଇଁ, ବଳଭଦ୍ର ମହାପାତ୍ର ପ୍ରମୁଖ ଉତ୍ସବ ପରିଚାଳନା କରିବାରେ ସହଯୋଗ କରିଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts