>>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କେ ସଚେତନତା

    ସାକ୍ଷୀଗୋପାଳ---ସତ୍ୟବାଦୀ ପଞ୍ଚାୟତ ସମିତିସଭା ଗୃହ ପରିସରରେ ଏକ ପଞ୍ଚାୟତ ଜନ ପ୍ରତିନିଧି ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ସଚେତନତା ଶିବିରରେ ଅଧ୍ୟକ୍ଷତା କରିଥିଲେ  । ବିଡିଓ ଡ. ଗୌରବ ମୟ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ  । ଏହି ସଚେତନତା କାର୍ଯ୍ୟକ୍ରମରେ ବିଶେଷ କରି ହରିଶ୍ଚନ୍ଦ ଯୋଜନା, ଏନଆରଜେଏସ, ଉଦ୍ୟାନ, କୃଷି, କାଳିଆ ଯୋଜନା, ଭର୍ତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା , ପଶୁ ପାଣି ସମ୍ପଦ ଆଦି ବିଭାଗର ଅଧିକାରୀ ମାନେ ଏହି ସଚେତନତା ଶିବିରରେ ଯୋଗଦେଇ ସେମାନଙ୍କ ଯୋଜନା ସମ୍ପର୍କରେ ଉପସ୍ଥିତ ଜନପ୍ରତିନିଧି ମାନଙ୍କୁ ସଚେତନତା କରାଇଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଚରଣ ଜେନା, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ , ତହସିଲଦାର କସ୍ତୁରୀ ପ୍ରଧାନ, ଅତିରିକ୍ତ ତହସିଲଦାର  ଓ ଜିଲ୍ଲା କୋଅଡିନେଟର ପ୍ରମୁଖ ଯୋଗଦେଇଥିଲେ  । ଦୁଗଲ ସରପଞ୍ଚ  ପ୍ରକାଶ ଖଟେଇ, ନିରଞ୍ଜନ ମାହାରୀ, କୁନା ମହାନ୍ତି, ରଶ୍ମିତା ପ୍ରଧାନ, ବିଶ୍ୱଜିତି ମହାପାତ୍ର ଓ ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଙ୍କ ସହ ଅନ୍ୟ ଜନପ୍ରତିନିଧି ମାନେ ଯୋଗଦେଇଥିବା ଅଧିକାରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଯୋଜନା ସମ୍ପର୍କେ ବୁଝିଥିଲେ  ।
    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

    Blog Archive

    Popular Posts