Breaking News

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅଜୁନଗୋଦାରୁ ବିଜେପି ପକ୍ଷରୁ ଲାଲାଚୁଡି ସଂଗ୍ରହ

 ପିପିଲି ---- ପିପିଲି - ଡେଲାଙ୍ଗ ବିଜପେି ମହିଳା ମୋର୍ଚ୍ଛ  ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅଜୁନଗୋଦା  ଗ୍ରାମରୁ ଲାଲା ଶଙ୍ଖା ଚୁଡି ସଂଗହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାନେତ୍ରୀ ପିଙ୍କି ପ୍ରଧାନ ଓ ମହେଶ୍ୱତା ରାୟ ଅତିଥି ଭାବେ ଯୋଗଦେଇଥିଲେ  । ସୁଚନାଯୋଗ୍ୟ ଯେ ବେବିନା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ମାନଙ୍କୁ ମାନ୍ୟବର କୋର୍ଟ ନିର୍ଦ୍ଦୋଷରେ ଖଲାସ ହେବାପରେ ରାଜ୍ୟ ସକରାରଙ୍କ କ୍ରାଇମବାଞ୍ଚ ତଦନ୍ତକୁ ନେଇ ବିଜେପି ଓ କଂଗ୍ରେସ ଦଳ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଯାହାକୁ ନେଇ ଆଜି ପିପିଲି -ଡେଲାଙ୍ଗ ବିଜେପି ମହିଳା ମୋର୍ଚ୍ଚ ପକ୍ଷରୁ ବେବିନା ମାଙ୍କ ପାଖରୁ ଚାରୋଟି ଚୁଡି ସଂଗ୍ରହ ଅଭିଯାନ ଆରମ୍ଭ କରିବାପରେ ଏକ ଶୋଭାଯାତ୍ର କରି ଦଇସିପାଟଣା ଛକ ଠାରେ ପହଞ୍ଚଥିଲା  । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଧ୍ୟଶ ବେବିନା କେସ ଆଉଥରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ପିପିଲି -ଡେଲାଙ୍ଗର ବିଜେପି ନେତ୍ରୀ ଗିତାଞ୍ଜଳି ମିଶ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକମ କରାଯାଇଥିଲା  । ସଂଗ୍ରହ କରାଯାଇଥିବା ଚୁଡି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ପାଇଁ ନିଆଯାଇଥିବା ବିଜେପି ନେତ୍ରୀ ଶ୍ରୀ ମିଶ୍ରଙ୍କ ଠାରୁ ପ୍ରକାଶ  । ଏହି ଚୁଡି ସଂଗ୍ରହ ଅଭିଯାନରେ ଡେଲାଙ୍ଗ-ପିପିଲିର ବହୁ ବିଜେପି କର୍ମୀ ଯୋଗଦେଇଥିବାର ଦେଖାଯାଇଥିଲା  ।
ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts