କଲ୍ୟାଣ ମଣ୍ଡପର ଶିଳାନ୍ୟାସ ଓ ରାଜିବ ଗାନ୍ଧୀ ଗୃହ ଉଦ୍ଘାଟନ
ପିପିଲି --- ପିପିଲି ବ୍ଳକର ଓରକଳ ଗ୍ରାମ ପଞ୍ଚାୟତର ଓରକଳ ଗ୍ରାମ ଠାରେ ୩୫ ଲକ୍ଷ ବ୍ୟାୟରେ ଏକ ପଞ୍ଚାୟତ କଲ୍ୟାଣି ମଣ୍ଡପ ନିର୍ମାଣ କରିବା ପାଇଁ ଶନିବାର ଦିନ ବିଧାୟକ ପ୍ରଦୀପ ମହାରଥୀ ଭୁମିପୂଜା କରିଛନ୍ତି । ସେହିପରି ଓରକଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭାରତ ନିର୍ମାଣ ରାଜିବ ଗାନ୍ଧୀ ସେବା କେନ୍ଦ୍ର ଗୃହ ଉଦ୍ଘାଟନ ହୋଇଯାଇଛି । ଯାହା ଫଳରେକି ଓରକଳ ଗ୍ରାମ ସହ ଆଖପାଖ ଗ୍ରାମର ଲୋକମାନେ କଲ୍ୟାଣ ମଣ୍ଡପର ସୁବିଧା ପାଇ ପାରିବେ ବୋଲି ବିଧାୟକ ଶ୍ରୀ ମହାରଥୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ପିପିଲି ବ୍ଳକର ବିଡିଓ ଶ୍ୟାମସୁନ୍ଦର ଟୁଡୁ , ସହକାରୀ ଯନ୍ତୀ , ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ତେଇଶିପୁର ସମିତିସଭ୍ୟ ଧରଣୀ ଧର ସାହୁ, ସଂସାଦଙ୍କ ପ୍ରତିନିଧି ପ୍ରଫୁଲ କୁମାର ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ପ୍ରଧାନ, ନାରାୟଣ ସ୍ୱାଇଁ , ଆଇନଜିବୀ ଶ୍ରୀଧର ପ୍ରଧାନ, ସରପଞ୍ଚ ଶଙ୍କର ବେହେରା, ସମିତିସଭ୍ୟ ସୁମନ୍ତ ମଲିକ, ପ୍ରମୁଖ ଉପସ୍ଥିତ ରହିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର