Breaking News

ଓଡିଶା ଷ୍ଟେଟ ବିଗେଡ୍ର ବିଦ୍ଯାଳୟରେ ୭୦ ତମ ସାଧାରଣତନ୍ତ ଦିବସ ପାଳିତ


ନିମାପଡା--  ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଗୋପାଳପୁର ସ୍ଥିତ ଓଡ଼ିଶା ଷ୍ଟେଟ ବିଗେଡ୍ର ସ୍କୁଲ ର ଶିଶୁ ସୈନିକ ମାନଙ୍କ ଦ୍ୱରା70 ତମ ସାଧାରଣତଃ ଦିବସ ପାଳିତ ହୋଇଯାଇଛି ।  ଏଥିରେ ମୁଖ୍ୟଅତିଥି ଭାବେ ବିଭୁତି ମହାପାତ୍ର ଯୋଗ ଦେଇ ଜାତୀୟ  ପତାକା ଉତ୍ତୋଳନ କରିଥିଲା ବେଳେ ବିଦ୍ୟାଳୟର ଅଧ୍ଯକ୍ଷା କାଦମ୍ବିନୀ ମଲ୍ଲିକ , ଉପାଧ୍ଯକ୍ଷ ନିରଞ୍ଜନ ଖଟୋଇ ଓ ସମ୍ପାଦକ ବିରଂଜନ ମଲ୍ଲିକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଏହି ଅବସରରେ ପ୍ରଦୂଷଣ ମୁକ୍ତ ପରିବେଶକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ସମ୍ପାଦକ ବିରଂଜନ ମଲ୍ଲିକଙ୍କ ତତ୍ୱବଧାନରେ ପଲଥିନ ବ୍ୟବହାରକୁ ବର୍ଜନ କରାଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ନିର୍ମିତ କାଗଜ  ଠୁଙ୍ଗା ବ୍ୟବହାର କରାଯାଇଥିଲ। । ଉକ୍ତ କାର୍ଯ୍ୟକ୍ରମ କୁ ସମସ୍ତ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସା କରିବା ସହିତ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। 
ନିମାପଡାରୁ ଜୟନ୍ତ ସେଠୀ

Blog Archive

Popular Posts