Breaking News

ପୃଥକ ପୃଥକ ଗାଡି ଦୁର୍ଘଟଣା; ଦୁଇ ମୃତ୍ୟୁ

କନ୍ଧମାଳ--- କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ପଣସବାଙ୍କି ଠାରେ ଏକ ଡିଜେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଛି । ଟ୍ୟାଙ୍କରଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ଡ୍ରାଇଭରକୁ ଗୁରୁତର ଆହତ ଭାବେ ଉଦ୍ଦାର କରି ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ  । ସେହପିର ନୂଆଗାଁ ବ୍ଳକର ମିଡିଆ ଗାଣ୍ଡା ଗ୍ରାମର ଗୋଟିଙ୍ଗିଆ ଠାରେ ବାଲି ଆଣିବା ପାଇଁ ଯାଉଥିବା ସମୟରେ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ମିଡିଆଗଣ୍ଡା ଗ୍ରାମର ଶିରିଶ ବିନ୍ଧାଣି ଓ ଚନ୍ଦ୍ରକାନ୍ତ ବିନ୍ଧାଣି ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି  ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା 

Blog Archive

Popular Posts