ଓରକଳ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମରେ ପୁଚି, ହୁଳହୁଳି ସହିତ ମିଜ୍ୟୁକି ଚେୟାର ପ୍ରତିଯୋଗିତା କରାଯାଇଥିଲା
ପିପିଲି--- ପିପିଲି ବ୍ଳକର ଓରକଳ ଗ୍ରାମ ପଞ୍ଚାୟତରେ ଆଜି ଦୁତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପିଠା କାର୍ଯ୍ୟକମ୍ରରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇଥିଲେ । ପଞ୍ଚାୟତ ଅଧିବାସୀ ମାନେ ବିଧାୟକଙ୍କୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଗ୍ରାମ ମୁଣ୍ଡରୁ ବାଣ, ବାଜା , ଶଙ୍ଖ ବଜାର ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଏହି ଅବସରରେ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ମହିଳା ମାନଙ୍କ ପାଇଁ ପୁଚି, ହୁଳହୁଳି ଓ ମ୍ୟାଜିକ ଚେୟାର ପ୍ରତିଯୋଗିତା କରାଯାଇଥିଲା । । ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ମହିଳା ମାନଙ୍କୁ ବିଧାୟକ ପୁରଷ୍କାର ପ୍ରଦାନ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ସୁନେତ୍ର ଯୋଜନାରେ ପ୍ରାୟ ୨୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଚଷମା ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ ସଭାରେ ବ୍ଳକର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ପଞ୍ଚାୟତର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରାଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ଅନ୍ୟତମ ଅତିଥି ଭାବେ ଆତ୍ମାର ସଭାପତି ତଥା ତେଇଶିପୁର ସଭିତିସଭ୍ୟ ଧରଣୀ ଧର ସାହୁ, ସଂସାଦଙ୍କ ପ୍ରତିନିଧି ପ୍ରଫୁଲ କୁମାର ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ପ୍ରଧାନ, ନାରାୟଣ ସ୍ୱାଇଁ , ଆଇନଜିବୀ ଶ୍ରୀଧର ପ୍ରଧାନ, ସରପଞ୍ଚ ଶଙ୍କର ବେହେରା, ସମିତିସଭ୍ୟ ସୁମନ୍ତ ମଲିକ, ବିଡିଓ ଶ୍ରାମ ସୁନ୍ଦର ଟୁଡୁ, ସିଡିପିଓ କଳ୍ପନା ଜେନା,ପ୍ରମୁଖ ଯୋଗଦେଇ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କେ ଆଲୋକପାତ କରିଥିଲେ । ଏହି ପିଠା ଯୋଜନାରେ ଏଲଇଡି ବଲ ବଣ୍ଟନ, ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଗ୍ରୁଫ ମାନଙ୍କୁ ପ୍ରମାଣପତ୍ର ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ପ୍ରମାଣପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ପିଠା କାର୍ଯ୍ୟକମରେ ବିଜୁ ଯୁବ ବାହିନୀ ଓ ମହିଳା ଗୋଷ୍ଠୀର ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର