ଶିକ୍ଷୟତ୍ରୀ ନିଜ ଓଢଣିରେ ଫ୍ୟାନରେ ଝୁଲି ଆତ୍ମହତ୍ୟା
କନ୍ଧମାଳ--- ବାଲିଗୁଡା କାମନା ସାହିରେ ଜଣେ ଶିକ୍ଷୟତ୍ରୀ ଭଡା ଘରେ ବହୁଦିନ ଧରି ରହିଆସୁଥିଲେ । କୌଣସି କାରଣକୁ ନେଇ ସେ ନିଜ ଓଢଣି ଯୋଗେ ଫ୍ୟାନରେ ଓହଳି ଆତ୍ମହତ୍ୟା କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସାରଙ୍ଗଗଡ ଥାନା ଅନ୍ତର୍ଗତ ବଣ୍ଡଗୁଡା ଗ୍ରାମର ଚକ୍ରବତ୍ତି ପ୍ରଧାନଙ୍କ ଝିଅ ସତ୍ୟଭାମା ପ୍ରଧନ ( ୩୦) । ବାଟଗୁଡା ପଞ୍ଚାୟତର ଲଦାମିଲା ପ୍ରଥମିକ ବିଦ୍ୟାଳୟରେ ଣିକ୍ଷାସହାୟକ ଭାବେ ନିଯୁକ୍ତି ପାଇଥିଲେ । ମାତ୍ର ଦିନ ସାରା ଘରର କବାଟ ବନ୍ଦ ରହିବାରୁ ପଡୋଣୀ ମାନେ ସନ୍ଦେହ କରି ଶିକ୍ଷୟତ୍ରୀଙ୍କ ଘରର କବାଟ ବାଡେଇଥିଲେ । ମାତ୍ର କବାଟ ନ ଖୋଲିବାରୁ ଘରର ମାଲିକ କୈଶିକ ସାହୁ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘରର କବାଟ ଭାଙ୍ଗି ଦେଖିଲା ବେଳକୁ ଶିକ୍ଷୟତ୍ରୀ ସତ୍ୟଭାମା ନିଜ ଓଢଣି ଯୋଗେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ପାଖରେ ଏକ ସୁଇସାଇଡ ନୋଟ ପୋଲିସ ପାଇଥିଲା । ସେଥିରେ ସେ ମୃତ୍ୟୁ ପାଇଁ ନିଜେ ଦାୟୀ ବୋଲି ଉଲ୍ଲେଖ କରିଛନ୍ତି । ଘର ମାଲିକଙ୍କ ଅଭିଯୋଗ କ୍ରମେ ବାଲିଗୁଡା ପୋଲିସ ୨୪/୧୯ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
କନ୍ଧମାଳରୁ ମନୋଜ କୁମାର ପଣ୍ଡା