Breaking News

ବଙ୍ଗୋମୁଣ୍ଡା ବ୍ଳକରେ ଦୁତୀୟ ପର୍ଯ୍ୟାୟ ବିଭିନ୍ନ ପଞ୍ଚାୟତ ରେ ପିଠା କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାରେ ଶେଷ

ବଙ୍ଗୋମୁଣ୍ଡା------ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ର ବିଭିନ୍ନ ପଞ୍ଚ।।ୟତ ରେ ଦୁତୀୟ ପର୍ଯ୍ୟାୟ  ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଦେଢଗାଁ ପଞ୍ଚାୟତ କାର୍ଯ୍ୟାଲୟ ଠାରେ ସରପଞ୍ଚ ସୁନିତା ସାହୁ ପିଠା କାର୍ଯ୍ୟକ୍ରମରେ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ  । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ,ସମ୍ମାନୀୟ ଅତିଥି ଭାବେ କନିଷ୍ଠ ଯନ୍ତ୍ରୀ ଜୟନାରାୟଣ ବାଗ,ସିଡିପିଓ ଦାଉମିନ ବାରା,ଆଇସିଡିଏସ୍ ସୁପରଭାଇଜର ଧନଦେଇ ସାହୁ,ବିଦ୍ୟୁତ ବିଭାଗ ର ଏସଡିଓ ବିବେକାନନ୍ଦ ଦୀକ୍ଷିତ,ସେବା ସମବାୟ ସମିତି ସମ୍ପାଦକ ସୁଶିଲ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଯୁଧିଷ୍ଠିର ସାହୁ,ପୂର୍ବତନ ଦେଢଗାଁ ସରପଞ୍ଚ ଅନାଦି ସାହୁ,ଯୋଗାଣ ସହାୟକ ଅଶୋକ କୁମାର ସାହୁ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ଙ୍କ ବିଭିନ୍ନ ଲୋକାଭିମୂଖୀ ଯୋଜନା ସଂପର୍କ ରେ ମତ ରଖିଥଲେ  । ଏହି ଅବସରରେ ୮୯ ପରିବାର କୁ ଏଲଇଡି ବଲ୍,୮୫ ଜଣ ହିତାଧିକାରୀ ଙ୍କୁ ବକେୟା ବାର୍ଦ୍ଧକ୍ୟ ଭତ୍ତା,୫ ଆବାସ ଗୃହ ର ପ୍ରୋତ୍ସାହନ ରାଶି,୨୬ ଏସଏଚ୍ଜି ଙ୍କୁ ମିଶନ ଶକ୍ତି ସହାୟତା ରାଶି ପ୍ରଦାନ କରାଯାଇଥିଲା । ସେହିପରି କଁସିଲ ପଞ୍ଚାୟତ ଠାରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମ ରେ କଁସିଲ ସରପଞ୍ଚ ବିନୋଦିନୀ ଭୋଇ ସଭାପତିତ୍ୱ କରିଥିଲେ । ଏଥିରେ ସହକାରୀ ଯନ୍ତ୍ରୀ ଟନ କିଶୋର ନାଏକ,ଏସଇଓ ଆଦିକନ୍ଧ ସାହୁ,ସ୍ୱାସ୍ଥ୍ୟ କର୍ମୀ ଜେମାକାନ୍ତ ବାଗ,ଆଇସିଡିଏସ୍ ସୁପରଭାଇଜର ଜ୍ୟୋତ୍ସ୍ନାମୟୀ ତାଣ୍ଡି,ବିଦ୍ୟୁତ ବିଭାଗ ର ବିଶ୍ୱନାଥ ମଲ୍ଲିକ ପ୍ରମୁଖ ଯୋଗ ଦେଇ ସରକାରୀ ଯୋଜନା ସଂପର୍କରେ ଲୋକ ମାନଙ୍କୁ ଅବଗତ କରାଇଥିଲେ  । ପରେ ପରେ  ୨୫ ପରିବାର କୁ ଏଲଇଡି ବଲ୍,୫ ଜଣ ଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ଘିଭେଲା ସଭା ପରିଚାଳନା କରିଥିଲେ ।  କପିଲାଭଟା ପଞ୍ଚାୟତ ରେ ସରପଞ୍ଚ ଚିତ୍ରା ମହାନନ୍ଦ ଙ୍କ ସଭାପତିତ୍ୱ ରେ ଯଜେ୍ଞଶ୍ୱର ବିଶି, ବିଦ୍ୟାଲୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକ,ସ୍ୱାସ୍ଥ୍ୟ ବିଭାଗ ସୂର୍ଯ୍ୟକାନ୍ତି ନାଗ,ଆଇସିଡିଏସ୍ ସୁପରଭାଇଜର ରତ୍ନାମଣୀ ବରାଳ,ଆଇସିଡଏସ୍ ସୁପରଭାଇଜର ଚଂଚଲା ମାଝୀ,ବିଦ୍ୟୁତ ବିଭାଗ ର ଗଣେଷ ପୁଟେଲ,ନାଏବ ସରପଞ୍ଚ ଗଜିନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଯୋଜନା ସଂପର୍କ ରେ ଲୋକ ମାନଙ୍କୁ ସଚେତନତା କରିବା ସହ ୬୦ ପରିବାର କୁ ଏଲଇଡି ବଲ୍,୩୭ ସ୍ୱଂୟ ସହାୟକ ଗୋଷ୍ଠୀ ଙ୍କୁ ମିଶନ ଶକ୍ତି ଯୋଜନା ରେ ୧୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା । କପିଲାଭଟା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧିର ଚନ୍ଦ୍ର ଠାକୁର କାର୍ଯ୍ୟକ୍ରମ କୁ ପରିଚାଳନା  କରିଥିଲେ । ସେହିପରି ଗୋଇମୁଣ୍ଡ ପଞ୍ଚାୟତ ର ଗୁରୁଣ୍ଡା ଖେଳ ପଡିଆ ଠାରେ ସରପଞ୍ଚ ଅଞ୍ଜନା ବୈଠାରୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ,ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ,ଉପାଧ୍ୟକ୍ଷ ସୁନ୍ଦରମତୀ ବାଗ, କନିଷ୍ଠ ଯନ୍ତ୍ରୀ ଜନାର୍ଦ୍ଦନ ବେହେରା,ସ୍ୱାସ୍ଥ୍ୟ ବିଭାଗର ଡମ୍ବରୁଧର ଯୁଗ୍ନିଆ,ମହିଳା ମହା ସଂଘର ସଭାନେତ୍ରୀ କମଲିନୀ ଭୋଇ,ଆଇସିଡିଏସ ସୁପରଭାଇଜର ସୁଜାତା ନନ୍ଦ,ନାଏବ ସରପଞ୍ଚ ଝସକେତନ ସାହୁ,ବିଦ୍ୟୁତ  ବିଭାଗର  ରୋହିତ ବେହେରା,କାର୍ଯ୍ୟନିର୍ବାହୀ ଅଧିକାରୀ ଚକ୍ରଧର ସା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ ହିତକର ଯୋଜନା ସଂପର୍କ ରେ ଉପସ୍ଥିତ ଜନ ସାଧାରଣଙ୍କୁ ସଚେତନ କରିଥିଲେ ।ଏହି ପରୀପେକ୍ଷୀରେ ୫୦ ପରିବାର କୁ ଏଲଇଡି ବଲ,୪ ପରିବାର କୁ ବିଜୁ ପକ୍କାଘର କାର୍ଯ୍ୟାଦେଶ ବଣ୍ଟନ,୩୪ ଟି ସ୍ୱୟଂ ସହାୟିକା ଗୋଷ୍ଠୀ କୁ ୧୫ହଜାର ଟଙ୍କା ଲେଖାଏଁ  ମିଶନ ଶକ୍ତି ସହାୟତା ରାଶି ପ୍ରଦାନ କରିଥିଲେ ।ଯୋଗାଣ ସହାୟକ କୁମୁଦ ସରାଫ,ରମାକାନ୍ତ ସାହୁ,ୱାର୍ଡ ସଭ୍ୟ ପର୍ଶୂରାମ ଜାନୀ,ଯୋଗେନ୍ଦ୍ର କୁମାର ସାହୁ,ନିଲାମ୍ବର ବେହେରା,ରାଧେଶ୍ୟାମ ସରାଫ,ନବିନ ସାହୁ,ସନ୍ତୋଷ ବାଗ,ସହଦେବ ସାହୁ,ରଘୁନାଥ ସାହୁ,ରାଜିନ୍ଦ୍ର ସାହୁ,ପଦ୍ମା ଭୋଇ,ଗୋପିନାଥ ଭୋଇ,ବିଭୀଷଣ ଭୋଇ ପ୍ରମୁଖ ସହ ଯୋଗ କରିଥିଲେ ।ଯୁବନେତା କଶ୍ୟପ ସରାଫ ମଞ୍ଚ ପରିଚାଳନା କରିଥିଲେ ।

ବଙ୍ଗୋମୁଣ୍ଡାରୁ ଅଶୋକ ନାରାୟଣ ଭୋଇ

Blog Archive

Popular Posts