Breaking News

ଜିଲ୍ଲା ସ୍ତରୀୟ ଉଜ୍ଜଳା ସ୍ୱାଭିମାନ ଦିବସ ପାଳନ

ଡେଲାଙ୍ଗ---- ଡେଲାଙ୍ଗ -ଖୋର୍ଦ୍ଧା ରାସ୍ତାର ରାମଚନ୍ଦ୍ରପୁର ଗ୍ରାମ ପାଖ ପଡିଆରେ ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ ଉଜ୍ଜଳା ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି । ଏହି ଶିବିରରେ ବିଭିନ୍ନ ଗ୍ରାମରୁ ପ୍ରାୟ ଶତାଧକ ମହିଳା ମାନେ ଯୋଗଦେଇଥିଲେ  । ଡେଲାଙ୍ଗ, କଣାସ, ସତ୍ୟବାଦୀ, ପିପିଲି, ଚନ୍ଦନପୁର ଗ୍ୟାସ ବିତରକ ମାନେ ଉପସ୍ଥିତ ରହିଥିଲେ  । ଅନୁଷ୍ଠିତ ସଭାରେ ଅଶିତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା ଦ୍ୱାରା ଓଡିଶାର ଲକ୍ଷ ଲକ୍ଷ ମା ମାନେ ଉପକୃତ ହୋଇ ପାରୁଛନ୍ତି ବୋଲି କହିଥିଲେ  । ମୁଖ୍ୟ ବକ୍ତା ଭାବେ ଇଣ୍ଡିଆନ ଅଏଲ  ଏଲ.ପି.ଜି କମ୍ପାନୀର ଜେନେରାଲ ମ୍ୟାନେଜର ସଂଜୟ କୁମାର ଝା ଯୋଗଦେଇ କହିଥିଲେ ଗ୍ରାମଞ୍ଚଳରେ ଚୁଳି ରେ କାଠ, ଗୋବର, ନଡା  ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତି କରାଯାଉଥିଲା  । ସେଥିରୁ ନିର୍ଗତ ଧୁଆଁରେ ଭାରତରେ ବର୍ଷକୁ ପ୍ରାୟ ୫ ଲକ୍ଷ ଲୋକ ଧୂଆଁ ଜନିତ ବିଭିନ୍ନ ରୋଗରେ ମୃତ୍ୟୁ ବରଣ କରୁଥିଲେ  । କେନ୍ଦ୍ର ସରକାରଙ୍କ ଏହି ଉଜ୍ଜଳା ଯୋଜନାରେ ୩୬ ଲକ୍ଷ ପରିବାର ସାମିଲ ହୋଇସାରିଛନ୍ତି । ଏମାନେ ଏବେ ଗ୍ୟାସ ମାଧ୍ୟମରେ ରୋଷୋଇ କରୁଥିବାରୁ ଦେଶରେ ଧୁଆଁ ଜନିତ ରୋଗର ମୃତ୍ୟୁ ସଂଖ୍ୟା କମ ବୋଲି ଶ୍ରୀ ଝା କହିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ  ଇଣ୍ଡିଆନ ଅଏଲ ଓଡିଶା କମ୍ପାନୀର ସିନିୟର ମ୍ୟାନେଜର, ଉଜ୍ଜଳ ଯୋଜନାର ଜିଲ୍ଲା ସଂଯୋଜକ ରଣଜିତ ଦାସ, ସହ ସଂଯୋଜକ ସୁବତ୍ର ବେହେରା, ପୁରୀ ଜିଲ୍ଲାର ବିଜେପିର ଉପସଭାପତି ଜନଞ୍ଜୟ ଜେନା ଓ ଉଜ୍ଜଳା ଯୋଜନାର ପୋଗ୍ରାମ ଅଧିକାରୀ ମଧୁସ୍ମିତା ମହାପାତ୍ର ପ୍ରମୁଖ ଯୋଗଦେଇ ଉଜ୍ଜଳା ଯୋଜନାର ଉପକାରିତା ଓ ଏଲ ପି ଜି ବ୍ୟବହାରର ସୁରକ୍ଷିତ ଉପାୟ ସମ୍ପର୍କେ ମତ ପ୍ରକାଶ କରିଥିଲେ  ।   । ଅତିଥି ମାନଙ୍କ ପାଇଁ ଷ୍ଟେଜ ଛାଇର ବନ୍ଦୋବସ୍ଥ ହୋଇଥିବା ବେଳେ ମହିଳା ମାନଙ୍କ ପାଇଁ କୌଣସି ବନ୍ଦୋବସ୍ଥ ହୋଇନ଼ଥିଲା  । ଯାହାକି ମହିଳା ମାନେ ଖରାରେ ଡହଳ ବିକଳ ହୋଉଥିବାର ଦେଖାଯାଇଥିଲା  । ଏହାକୁ ନେଇ ମହିଳା ମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିବାର ଜଣାପଡିଛି । ଶେଷରେ ଯେଉଁ ପରିବାର ମାନେ ଉଜ୍ଜଳା ଯୋଜନାରେ ସଂଯୋଗ ହୋଇ ନାହାନ୍ତି ସେମାନଙ୍କ ଠାରୁ ଏହି ଶିବିରରେ ଆବେଦନପତ୍ର ଗ୍ୟାସ ବିତରକ ମାନେ ସଂଗ୍ରହ କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts