Breaking News

ନରେନ୍ଦ୍ରପୁର ଗ୍ରାମରେ କୃଷି ବିଭାଗ ପକ୍ଷରୁ ବିହନ ବିଶୋଧନ ଅଭିଯାନ

 ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମରେ କୃଷି ବିଭାଗ ପକ୍ଷରୁ ବିହନ ବିଶୋଧନ ପ୍ରକିୟା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗ୍ରାମର ପ୍ରାୟ ୭୦ ଜଣ ଚାଷୀ ଅଂଶ ଗ୍ରହଣ କରିଥିଲେ  ।କୃଷି ବିଭାଗର ଉପକୃଷି ଅଧିକାରୀ ହୃଦାନନ୍ଦ ସାମନ୍ତରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀ ମାନଙ୍କୁ ବିହନ ବିଶୋଧନ ପ୍ରାଣାଳୀ ସମ୍ପର୍କେ ଅବଗତ କରାଇଥିଲେ  । ଗ୍ରାମ୍ୟ କୃଷି ଅଧିକାରୀଣି ରୋଜାଲିନ ଖୁଣ୍ଠିଆ, ଗ୍ରାମ୍ୟ କୃଷକ ସାଥି ମନ ମୋହନ ମହାପାତ୍ର ଓ ଉନ୍ଦ୍ରମଣି ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  । ଅତିଥି ଭାବେ ଉକ୍ତ ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଯୋଗଦେଇଥିଲେ  । କୃଷି ବିଭାଗ ପକ୍ଷରୁ ବିହନ ବିଶୋଧନ ପାଇଁ ପ୍ରଦାନ କରାଯାଉଥିବା ମେଡିସିନକୁ ନେଇ ଉପସ୍ଥିତିଥିବା ଚାଷୀ ମାନଙ୍କ ମଧ୍ୟରେ ହେହଲ୍ଳା ହୋଇଥିବାର ଦେଖାଯାଇଥିଲା   । ପଞ୍ଚାୟତର ପିଅନ ପ୍ରମୋଦ ରାଉତରାୟ( ହାଡୁ)  ସହଯୋଗ କରିଥିଲା  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts