Breaking News

କାଳିଆ ମା ଚମ୍ପିୟାନ ଟ୍ରଫି କ୍ରିକେଟ ମ୍ୟାଚ; ରୁପଦେଇପୁର ବିଜୟି

 ସାକ୍ଷୀଗୋପାଳ ----କାଳିଆ ମା ଯୁବ କ୍ରୀଡା ସଂସ୍କୃତିକ ପରିଷଦ ଗୁଆଳିଗୋରଡା ଗ୍ରାମ ପଡିଆରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି  । ମ୍ୟାଚର ୩ୟ ଦିବସରେ ଗଡପଦନପୁର ସହିତ ରୁପଦେଇପୁର କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ଗଡପଦନପୁର ଦଳ ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ୬ ଉଇକେଟ ହରାଇ ୧୧୮ ରନ କରିଥିଲେ  । ଜବାବରେ ରୁପଦେଇପୁର ୧୩.୨ ବଲରେ ୩ ଉଇକେଟ ହରାଇ ୧୨୪ ରନ କରିଥିଲେ  ।ସଞ୍ଜୟ ମିଶ୍ର ଓ ମାନସ ବରାଳ ମ୍ୟାଚ ପରିଚାଳନା କରିଥିବଲେ  । ଆସନ୍ତା କାଲି କୋଟକୁସାଙ୍ଗ  ସହିତ ପଟ୍ଟନାୟିକା ମଧ୍ୟରେ ମ୍ୟାଚ ଖେଳ ହେବ ବୋଲି ଅନୁଷ୍ଠାନର ସଭାପତି ବିଜୟ ବରାଳଙ୍କ ଠାରୁ ପ୍ରକାଶ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts