ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ
ସାକ୍ଷୀଗୋପାଳ--- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଉଦ୍ଘାଟିତ ହୋଇଯାଇଛି । ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ପଞ୍ଚସଖା ମଣ୍ଡପରେ ପୁଷ୍ପମାଲ୍ୟ , ଦ୍ୱୀପ ଅର୍ପଣ କରିବା ପରେ କ୍ରୀଡା ପତକା ଉତ୍ତୋଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ୍ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭାରେ ଆୟୋଜନ କରାଯାଇଥିଲା । ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ବିଜୟ କୁମାର ପରିଡା, ସତ୍ରବାଦୀ ଦାଶ, ପ୍ରସନ୍ନ କୁମାର ରଥଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଚିତ୍ର ଖଟେଇ ଦୁଇ ଦିନିଆ କ୍ରୀଡା ଉତ୍ସବକୁ ପରିଚାଳନା କରିଥିଲେ । ଏହି ଅବସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଛାତ୍ର ମାନଙ୍କୁ ଅଗ୍ନିକାଣ୍ଡ ସମୟରେ ଉଦ୍ଦାର ଓ ନିରାପତ୍ତା ସମ୍ପର୍କରେ ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ କୁମାର ପାତ୍ର ଓ ଅଗ୍ନିଶମ ବିଭାଗର ହାବିଲଦାର ରୋହିତ ନାୟକସମେତ ଅନ୍ୟ ଆଗ୍ନିକ ମାନେ ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି