ସାମ୍ବାଦିକ ସଙ୍ଗ ପକ୍ଷରୁ ରୋଗୀ ମାନଙ୍କୁ ଫଳ ବଣ୍ଟନ
ନିମାପଡା----- ପୁରୀ ଜିଲ୍ଲା ନିମାପଡ଼ା ଠାରେ ୭୦ ତମ ସାଧାରଣତନ୍ତ୍ର ଦିବସ ରେ ନିମାପଡ଼ା ଓଡ଼ିଆ ସାମ୍ବାଦିକ ସଙ୍ଗ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଓଡ଼ିଆ ସାମ୍ବାଦିକ ସଙ୍ଗ ପକ୍ଷରୁ ନିମାପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ଓ ଚାରି ଛକ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହିତ ନିମାପଡ଼ା ଓ ଚାରି ଛକ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ବଚ୍ଛତା ଉପରେ ରୋଗି ଓ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନଙ୍କୁ ଅବଗତ କରାଯାଇଥିଲ। । ଏହି କାର୍ଯ୍ୟକ୍ରମ ରେ ବିଭୁତି ମହାପାତ୍ର ସଭାପତି, ଉପସଭାପତି ରଞ୍ଜନ କୁମାର ଦାସ, ସମ୍ପାଦକ ପ୍ରଦିପ ବେହେରା, ଦେବାଶିଷ ସୀଙ୍ଗରାୟ, ବିରଞ୍ଜନ ମଲ୍ଲିକ,ଜୟନ୍ତ କୁମାର ସେଠୀ,ବସନ୍ତ ନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସୁକାନ୍ତ କର , ପ୍ରଫୁଲ୍ଲ କର ଆଦି ପ୍ରମୁଖ ଉପସ୍ଥିତ ରହିଥିଲେ।।
ନିମାପଡାରୁ ଜୟନ୍ତ ସେଠୀ