ଡେଲାଙ୍ଗର ନାବାଳିକା କଟକରୁ ଉଦ୍ଦାର
ଡେଲାଙ୍ଗ -----ଡେଲାଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରିଥିବା ନେଇ ରବି ମଲିକ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ହେବାପରେ ଡେଲାଙ୍ଗ ଥାନା ଆଇଆଇସି ଅଶିତ୍ ରଂଜନ ମହାନ୍ତି ୧୩/୧୯ରେ ଏକ କେସରୁଜ କରି ତଦନ୍ତ ଆରମ୍ଭ କରିଥିଲେ । ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଗଠନ କରାଯାଇ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ । ଶେଷରେ କଟକର ବୈଦେଶ୍ୱର ଥାନା ଅଞ୍ଚଳରୁ ଅପହରଣ କରିନେଇଥିବା ନାବାଳିକା ସହିତ ଯୁବକଙ୍କୁ ଗିରଫ କରାଯାଇଥିଲା । ଯୁବକଙ୍କ ନାମ ଭରତ ମଲିକଙ୍କୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଦାର କରିଥିଲେ । ଭରତଙ୍କ ଘର ବୋଳଗଡ ଥାନା ଅଧିନ ପଳାଙ୍ଗ ମାଳିସାହି ଗ୍ରାମର ବୋଲି ଜଣାପଡିଛି । ଦୁଇ ଜଣଙ୍କୁ ଡାକ୍ତରୀ ମାଇନା କରାଯିବା ପରେ ଭରତଙ୍କୁ ଆଜି କୋଟକୁ ପଠାଯାଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି