ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସାଧାରଣତନ୍ତ୍ର ଦିବସରେ ଗୁଆଳିପଡା ଗ୍ରାମ ପଞ୍ଚାୟତର ହୁମର ଗ୍ରାମର ଗତେଶ୍ୱର ଦେବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସହିତ ବିଦ୍ୟାଳୟ ପରିସରରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ କରମଳରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ପ୍ରଭାତ ଫେରି, ରାମଧ୍ୱନି କରାଯିବା ସହ ଜାତରୟ ପତକା ଉତ୍ତୋଳ ବିଦ୍ୟାଳୟରେ କରାଯାଇଥିଲା । ଅପରାହ୍ନରେ ପ୍ରତିମୂର୍ତ୍ତି ଉନ୍ନେଚିତ କରାଯିବା ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମହାରଥୀ ଯୋଗଦେଇ କହିଥିଲେ ଭାରତ ବର୍ଷର ଅଗ୍ନିବର୍ଷି ନେତା ଥିଲେ ସୁବାସ ବୋଷ । ଆଜି ସେହି ପବିତ୍ର ଦିନରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଥବାରୁ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବହ୍ମାନନ୍ଦ ପରିଡା ଓ ଗ୍ରାମର ମୁରବିଙ୍କ ସହ ଅବିଭାବକ ମାନଙ୍କୁ ପ୍ରଥମେ ସେ କୃତଜ୍ଞତା ଜଣାଇଥିଲେ । ଯେଉଁ ନେତା ଅନ୍ୟାୟ , ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ଆଜି ସେହି ନେତାଙ୍କୁ କଥାକୁ ଅନୁସରଣ କରି ହୁମର ଗ୍ରାମ ଡେଲାଙ୍ଗରେ ପୁଣି ଏକ ନୂତନ ଇତିହାସ ଲେଖିବ ବୋଲି ଶ୍ରୀ ମହାରଥୀ କହିଥିଲେ ।ଏଣୁ ଯୁବକ ମାନଙ୍କୁ ସେ ଆହ୍ୱନ ଦେଇଛନ୍ତି ଅନ୍ୟାୟ, ଅତ୍ୟାଚାର ବିରୋଧରେ ସଂଗ୍ରାମ କରିବା ପାଇଁ । ଆଗମୀ ଦିନରେ ଗ୍ରାମ ଓ ବିଦ୍ୟାଳୟରେ ଥିବା ଅସୁବିଧା ଦୂର କରାଯିବ ବୋଲି ଶ୍ରୀ ମହାରଥୀ କହିଥିଲେ । ଉକ୍ତ ସଭାରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନା ଅଧ୍ୟକ୍ଷତା କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ କହିଥିଲେ ବିଦ୍ୟାଳୟର ବହୁ ପରିବର୍ତ୍ତନ ହୋଇଛି । ଏହା କିଛି ନୁହେଁ ଆଗାମୀ ଦିନରେ ଏହା ଏକ ମଡେଲ ସ୍କୁଲ ହେବ ବୋଲି କହିଥିଲେ । ଗ୍ରାମବାସୀଙ୍କର ଏକତା ହିଁ ମାନଦଣ୍ଡ ହେବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ତେଇଶିପୁର ପଞ୍ଚାୟତର ସମିତିସଭ୍ୟ ତଥା ପିପିଲି ବ୍ଳକର ଆତ୍ମାର ସଭାପତି ଧରିଣୀ ଧର ସାହୁ ଯୋଗଦେଇ କହିଥିଲେ ଡେଲାଙ୍ଗ ବ୍ଳକରେ ହୁମର ଗ୍ରାମର ସ୍ୱତନ୍ତ୍ରତା ରହିଛି । ଏ ମାଟିର ବାସ୍ନା ସ୍ୱତନ୍ତ୍ର ରହିଛି ଏବେ ବି ଯୁବକ ମାନେ ବଜାୟ ରଖିଛନ୍ତି ବୋଲି ଶ୍ରୀ ସାହୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ନନ୍ଦ, ମଣ୍ଡଳ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର, ଧାନକେରା ସରପଞ୍ଚ ପ୍ରସନ୍ନ ଜେନା, ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଚରଣ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାଶିବ ବିଶ୍ୱାଳ, ପୂର୍ବତନ ପ୍ରଧାନ ଶିକ୍ଷକ ଆରତତ୍ରାଣ ମିଶ୍ର, ନିରଞ୍ଜନ ସାହୁ ଓ ବର୍ତ୍ତମାନର ବ୍ଳକ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବହ୍ମାନନ୍ଦ ପରିଡାଙ୍କୁ ମାନପତ୍ର ସହିତ ଉପଢ଼ୌକନ ଦେଇ ସମ୍ବଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୋସ୍ନାରାଣୀ ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିଥିଲେ । ସିଆରସିସି ଦିଲୀପ କୁମାର ନାୟକ ଓ ଶିକ୍ଷକ ସୁଧୀର କୁମାର ଜେନା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶିକ୍ଷକ ସତ୍ୟନାରାୟଣ ସେନ୍ , ମନରଜଂନ ଜେନା ଜଗବନ୍ଧୁ ବେହେରା ଓ ଶିକ୍ଷୟତ୍ରୀ ଗିତାରାଣୀ ସେଠୀଙ୍କ ସହ ମାତୃକମିଟି, ବିଦ୍ୟାଳୟ ପରିଚାଳନା କମିଟି, ଅବିଭାବକ , ସ୍ଥାନୀୟ ଯୁବକ ଦୀପକ କୁମାର ଜେନା, ଜେନାପୁର ସମିତିସଭ୍ୟ ପ୍ରଭାତ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ସରପଞ୍ଚ କାଳନ୍ଦୀ ଚରଣ ଜେନା । ରାତିରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ ଅନୁମୋଦନ ପାଇଥିବା ମା କ୍ଷେତ୍ରପାଳୀ ସ୍ୱୟଂ ସହାୟକ ଗୋଷ୍ଠୀ ନୂତନ ଗୃହ ଉଦ୍ଘାଟନ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି