ପୂର୍ବତନ ସରପଞ୍ଚଙ୍କର ଦେହାନ୍ତ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ଶୁକଳ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଇଁଠା ବିଶ୍ୱାଳ (୭୦) ବର୍ଷରେ ଗୁରୁବାର ଦେହାନ୍ତ ହୋଇଯାଇଛି । ସରପଞ୍ଚ ଥିବା ସମୟରେ ଉକ୍ତ ଗ୍ରାମର ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ସମସ୍ତଙ୍କର ଅତି ପିୟ ଭାଜନ ହୋଇ ପାରିଥିଲେ । ଆଜି ତାଙ୍କର ମୃତ୍ୟୁ ଖବର ପାଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ସାମାଜିକ କର୍ମୀ ଶଙ୍କର ପ୍ରଧାନ ଓ ଶୁକଳ ପଞ୍ଚାୟତର ସମିତିସଭ୍ୟ ଜଳନ୍ଦର ସେଠୀ ପ୍ରମୁଖ ଶ୍ରୀ ବିଶ୍ୱାଳଙ୍କ ବାହ୍ମଣପଡା ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଗ୍ରାମ ମଶାଣିରେ ଅନ୍ତିମ ସତ୍କାର କରାଯାଇଥିଲା । ବଡପୁଅ ବସନ୍ତ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ । ଶେଷ ସମୟ ବେଳକୁ ପୁଅ, ବୋହୁ ନାତି, ନାତୁଣି ପରିବାର ବର୍ଗ ଉପସ୍ଥିତଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି