Breaking News

ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡି ଗଲା

ସାକ୍ଷୀଗୋପାଳ-----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ବାଁବରଡା ଗ୍ରାମରେ ଶୁକ୍ରବାର ରାତିରେବୈରାଗୀ ମହାରଣାଙ୍କ ଘରେ ବିଦ୍ୟୁତ ସର୍ଠସର୍କିଟରୁ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ କଣାସରୁ ଅଗ୍ନିଶମ ଦଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ  । ଏହି ଅଗ୍ନିକାଣ୍ଡରେ ବାସନ କୁସନ, ଧାନ, ଚାଛଳ, ଲୁଗାପଟା ଆଦି ଘର ଉପକରଣ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଯାଇଥିବା ଜଣାପଡିଛି । ସମିତି ସଭ୍ୟ ଜଳନ୍ଦର ସେଠୀ ଅଗ୍ନିବପନ୍ନ ପରିବାରଙ୍କୁ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ସହ ବିଜୁ ପକ୍କାଘର ଯୋଗାଇ ଦେବାକୁ  ବିଧାୟକଙ୍କୁ ଅନୁରୋଧ କରିଛନ୍ତି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts