Breaking News

ଶ୍ରୀ ଜଗନ୍ନାଥଙ୍କ ସେନାପଟ ସେବାପାଇଁ ସାକ୍ଷୀଗୋପାଳରୁ ବଉଳକାଠ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ଗମନ


 ସାକ୍ଷୀଗୋପାଳ---- ପରମ୍ପରା ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଦିନରେ ବିଭିନ୍ନ ଯାନିଯାତ୍ରା ରହିଛି । ଠାକୁରଙ୍କ ସେବା ପାଇଁ ମଠ, ବାଡି ରାଜା ଖଞ୍ଜିଥିଲେ । ସେହିପ୍ରଥା ଅନୁଯାୟୀ ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବା ଦେବସ୍ନାନ ପୂର୍ଣ୍ଣମୀ  ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ବା ସେନାପଟା ସେବା ପାଇଁ ସାକ୍ଷୀଗୋପାଳରୁ ବଉଳ ଗଛର କାଠ ଯିବାର ପରମ୍ପରା ରହିଛି । ଏହି ଅବସରରେ  ନିର୍ଜଳା ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ଅଜା ଭାବେ ପରିଚିତ ସାକ୍ଷୀଗୋପାଳ ବକୁଳବନରେ ପୂଜିତ ସିଦ୍ଧବଳରାମଙ୍କ ମନ୍ଦିର ନିକଟରୁ  ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବା ପାଇଁ ବଉଳ କାଠ ଶଗଡିକୁ କୁୂ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସତବାଦୀ ବ୍ଳକ ଛକ ପର୍ଯ୍ୟନ୍ତ ମେଲାଣି ଦିଆଯାଇଛି ।  ପରମ୍ପରା ଅନୁଯାୟୀ  ଶ୍ରୀ ଜଗନ୍ନାଥ ସଂସ୍କୃତି ତଥ୍ୟ ଅନୁଯାୟୀ  ବକୁଳବନରୁ ଶ୍ରୀ ଜିଉଙ୍କ ରଥଯାତ୍ର  ନିମନ୍ତେ ଆବଶ୍ୟକ ବଉଳକାଠ  ସଂଗ୍ରହ କରାଯାଇଥାଏ ।  ରଥଯାତ୍ରା ସମୟରେ ବକୁବବନ ପରିସରରୁ ବଉଳଗଛର ମୋଟା ମୋଟା ତିନିଖଣ୍ଡ ଡାଳ ଯାଉଥିଲା ।  ଠାକୁର ସ୍ନାନମଣ୍ଡପକୁ ବିଜେ କରିବା ସମୟରେ ଶ୍ରୀ ଜିଉଙ୍କର ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଏହି କାଠ ବ୍ୟବହାର କରାଯାଇଥାଏ । କାଳଦିକ୍ରମେ ବକୁଳବନରୁ ବଉଳ ଗଛ ଲୋପ  ପାଇଗଲା । ବର୍ଷା , ବାତ୍ୟା ଯୋଗୁ ବକୁଳବନରୁ ବଉଳ ଗଛ ଲୋପ ପାଇଯିବାରୁ ଏବେ ଆଖପାଖ ଅଞ୍ଚଳରୁ ଗଛ ଚିହ୍ନଟ କରାଯାଇ ଠାକୁରଙ୍କ ସେବାରେ ଲାଗୁଛି । ଏପରିକି ଯେଉଁ ମାନଙ୍କ ବଗାୟତରୁ ଜଗନ୍ନାଥଙ୍କ ସେବା ପାଇଁ ଗଛ ଯାଉଛି ସେମାନେ ବହୁତ ଖୁସି ହେବା ସହ ନିଜକୁ ଭାଗ୍ୟବାନ ବୋଲି ଭାବୁଛନ୍ତି ।  ଶ୍ରୀମନ୍ଦିର ଦେବନୀତି ପରେ ମହାପ୍ରଭୁଙ୍କ ଠାରୁ ଆସିଥିବା ଆଜ୍ଞାମାଳ  ସାକ୍ଷୀଗୋପାଳସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ  ଚିହ୍ନଟ କରାଯାଇଥିବା ବଉଳ ବୃକ୍ଷରେ ବନ୍ଧାଯାଇ ସେଠାରେ  ପୁଜାର୍ଚ୍ଚନା  କରାଯାଇଥିଲା । ରଥ ନିର୍ମାଣ ତତ୍ୱାବଧାରକ ସୁଦର୍ଶନ ମେକାପ , ସର୍ଦ୍ଦାର ଭୋଇ ସେବକ ରବି ଭୋଇ ଓ କାଳିଆ ଭୋଇ ମାନଙ୍କ ସହିତ  କିଛି ଭୋଇ ସେବକ ମାନେ ଆସିଥିଲେ । ପୂଜା ପାଠ ସରିବା ପରେ ନିୟମ ଅନୁଯାୟୀ ପ୍ରଥମେ  ଦିବାକର ଭୋଇ ସେବକ  ବୃକ୍ଷ ଛେଦନ କରିଥିଲେ । ପରେ ପରେ ଅନ୍ୟ ଭୋଇ ସେବକ ମାନେ ଗଛ ହାଣି ତଳେ ପକାଇଥିଲେ ।   ପରେ ପରେ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆସିଥିବା  କାଠକୁ ବଳଦ ଶଗଡରେ ଲଦା ଯାଇଥିଲା ।  ସ୍ଥାନୀୟ ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ସହିତ ଜୟ ଜଗନ୍ନାଥ, ଜୟ ସାକ୍ଷୀଗୋପିନାଥ  କହି ସିଦ୍ଧବକୁଳଙ୍କ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା  । ସେଠାରେ ଭକ୍ତ ମାନଙ୍କ  ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ସେଠାରେ ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚ ପକ୍ଷରୁୂ ସାହିତ୍ୟ ଆସର  କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ଆସିଥିବା କିଛି କବି କବୟତ୍ରୀ  ସ୍ୱରଚିତ କବିତା ପାଠ କରିଥିଲେ । କବି ରବୀନ୍ଦ୍ର କୁମାର ଷଡଙ୍ଗୀ  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବଊଳଗଛର ଆବଶ୍ୟକତା ସମ୍ପର୍କେ କହିଥିଲେ । ଏହି ଅବସରରେ  ବିଭିନ୍ନ କ୍ଷେତ୍ରରେ ସଫଳତା ଓ ମାଟ୍ରିକ ପରୀକ୍ଷାରେ ଏ ଗ୍ରେଡ଼ ରେ ପାସ କରିଥିବା ଛାତ୍ରଛାତ୍ରୀ ଓ ଶଗଡିଆ ବାନାମ୍ବର ପ୍ରଧାନଙ୍କ ସହିତ ବିଭିନ୍ନ ବ୍ୟକ୍ତି ବିଶେଷ   ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ସତ୍ୟବାଦୀ  ବିଧାୟକ ଓମ ପ୍ରକାଶ ମିଶ୍ର,  ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ବିଡିଓ ଦେବାଶିଷ ନାୟକ , ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡା ପତକା ଦେଖାଇ ଶଗଡିକୁ ମେଲାଣି ଦେଇଥିଲେ । ରଥ ତତ୍ୱବଧାରକ ସୁଦର୍ଶନ ମେକାପଙ୍କ ସହିତ ଜୟପୁର ସମିତିସଭ୍ୟ ଦୀପକ ଶତପଥୀ ଓ ଅନ୍ୟ ମାନେ  ଉପସ୍ଥିତ ରହିଥିଲେ । ବକୁଳବନ ଠାରୁ ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚ ଆନୁକୂଲ୍ୟରେ ସୁଧର୍ମା ମହାସଂଘ ଶ୍ରୀରାଧା ମଣ୍ଡଳ ପକ୍ଷରୁ ନାମ ସଂକୀର୍ତ୍ତନ କରିବା ସହ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନେ ଏକ ଆଧ୍ୟାତ୍ମିକ ପଟୁଆରରେ ସିଦ୍ଧବକୁଳ ମନ୍ଦିର ଠାରୁ  ବଜାର ଦେଇ ବ୍ଳକ ଛକ  ଠାରେ ଶଗଡିକୁ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ସଦଳବଳେ ସେଠାରେ ଉପସ୍ଥିତ ରହିଥିଲେ।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୬/୨୦୨୫---୮,୩୫ Sakhigopal News,6/6/2025

Blog Archive

Popular Posts