ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍ଯାପିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠ ସହିତ ଶାରୀରିକ କ୍ରୀଡା ପ୍ରତି ସମସ୍ତ ଛାତ୍ର ମାନେ ଧ୍ୟ୍ୟାନ ଦେବା ଆମଶ୍ୟକତା ରହିଛି ବୋଲି କହିଥିଲେ । ବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ପଞ୍ଚସଖା ମଣ୍ଡପରେ ପୁଷ୍ପମାଲ୍ୟ , ଦ୍ୱୀପ ଅର୍ପଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ୍ ପ୍ରଧାନଙ୍କ ଅନୁଷ୍ଠିତ ଉତ୍ସବରେ ସଭାପତିତ୍ୱ କରି ଏବେ ପାଠ ସହିତ କ୍ରୀଡା ଏକ ଅଙ୍ଗ ବୋଲି କହିଥିଲେ । ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ବିଜୟ କୁମାର ପରିଡା, ସତ୍ୟବାଦୀ ଦାଶ ଯୋଗଦେଇଥିଲେ । ବରିଷ୍ଠ ବିଭାଗରେ ସତ୍ୟବ୍ରତ ବାରିକ ଚାମ୍ପିୟାନ ହୋଇଥିବା ବେଳେ ବିଷ୍ଣୁ ପ୍ରସାଦ ମିଶ୍ର ରନସ୍ଅଫ ହୋଇଥିଲେ । ସେହିପରି କନିଷ୍ଠ ବିଭାଗରେ ଅଷ୍ଟମ ଶ୍ରେଣୀର ଛାତ୍ର ବନମାଳୀ ଭୋଇ ଚମ୍ପିୟାନ ଓ ଅବିନାଶ ଖୁଣ୍ଠିଆ ରନସଅଫ ହୋଇଥିଲେ । ସର୍ବକନିଷ୍ଠ ବିଭାଗରେ ଶିବ ପ୍ରସାଦ ମୁଦୁଲିଚାମ୍ପିୟାନ ହୋଇଥିବା ବେଳେ ଶୁଭମ୍ ମଲ୍ଲିକ ରନସ୍ଅଫ ଭାବରେ ଘୋଷଣା କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା । । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଚିତ୍ର ଖଟେଇ ଦୁଇ ଦିନିଆ କ୍ରୀଡା ଉତ୍ସବକୁ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି