Breaking News

ବାଲି ବୋଝେଇ ଟ୍ରକ ଧକ୍କାରେ ବାଇକି ଆରୋହି ଗୁରୁତର

 ସାକ୍ଷୀଗୋପାଳ-----ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥନଂ-୩୧୬ର ସାତଶଂଖ ଫାଣ୍ଡି ଅଧିନସ୍ଥ ଶିରିଆପୁର ଛକ ନିକଟରେ ଏକ ବାଲି ବୋଝେଇ ଟ୍ରକ ମଟର ସାଇକେଲକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବାଇକି ଆରୋହି ରାସ୍ତା ଉପରେ ଛିଟିକି ପଡିଥିଲେ  । ଟ୍ରକଟି ବାଇକି ଆରୋହିଙ୍କ ଦୁଇ ଗୋଡ ଉପରେ ଟ୍ରକ ଚକା ମାଡିଯାଇଥିଲା । ଘଟଣାସ୍ଥଳେ ଖବର ପାଇ ସାତଶଂଖ ଫାଣ୍ଡି ଅଧିକାରି ନାରାୟଣ ବେହେରା ଓ ସ୍ଥାନିୟ ଲୋକ ମାନଙ୍କ ସହେଯାଗରେ ବାଇକି ଆରୋହିଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିସô୍ା ପାଇଁ ସାକ୍ଷୀଗୋପାଳ ମେଡିକାଲ କୁ ପଠା ଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ମେଡିକାଲକୁ ପଠାଯାଇଥିଲା  । ମାତ୍ର ତାଙ୍କର ଉନ୍ନତ ଚିକିତ୍ସା ପାଇଁ ଭପରିବାର ଲୋକମାନେ ତାଙ୍କୁ ଏକ ବେସରକାରୀ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର  ବିରଞ୍ଚି ନାରାୟଣ ମହାପାତ୍ର(୩୨)  । ସେ ସାକ୍ଷୀ ଗପୋଳ ମନ୍ଦିର ନିକଟରେ ଏକ ଦେକାନ କରିଛନ୍ତି । ସାତଶଙ୍ଖରୁ ଦେକାନ ପାଇଁ ସଉଦା ନେଇ ସାକ୍ଷୀଗୋପାଳକୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି  । ତାଙ୍କ ପଛପଟ ରୁ ବାଲି ବୋଝେଇ ଟ୍ରକ ଦ୍ରୁତଗତିରେ ଆସିବା ପରେ ଭାରସାମ୍ୟ ହରାଇ ଶିରିଆପୁର ଛକ ନିକଟରେ ମଟର ସାଇକେଲକୁ ଧକ୍କା ଦେଇଥିଲା । ଟ୍ରକ ନମ୍ବର ଓଆର- ୦୯-ଏଫ -୮୪୮୯ ହୋଇଥିବା ବେଳେ ବାଇକି ନମ୍ବର ଓଆର- ୦୨- ବିଏଫ୍ -୬୨୮୬  ।  ସାତଶଂଖ ପାଂଣ୍ଡି ଅଧିକାରି ନାରାୟଣ ବେହେରା ଦୁର୍ଘଟଣା ଗସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts