Breaking News

ଚନ୍ଦନପୁର ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଦୁବୁର୍ତ୍ତ : ଦିନ ଦ୍ୱିପହରରେ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ ଯୁବକଙ୍କୁ

 ସାକ୍ଷୀଗୋପାଳ----ଅଶାନ୍ତ ହୋଇପଡିଛି  ଚନ୍ଦନପୁର ଅଞ୍ଚଳ । କଥା କଥାକେ ଫୁଟୁଛି ଗୁଳି,ବୋମା ଓ ବୁଲୁଛି ଖଣ୍ଡା । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଙ୍ଗଳବାର ଚନ୍ଦନପୁର ଥାନା ଅଞ୍ଚଳରେ  । ଉକ୍ତ ଥାନା ଅଂଚଳରେ ଜଣେ ଯୁବକକୁ ଦିନ ଦ୍ୱିପ୍ରହରରେ  ସଂଘଟିତ ହୋଇ ଦୁବୁର୍ତ୍ତମାନେ ରାସ୍ତାରେ ଗୋଡାଇ ଗୋଡାଇ ଖଣ୍ଡାରେ ଖଣ୍ଡ ଖଣ୍ଡ କରି ଅତି ନୁଶଂସ ଭାବରେ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡରେ ମୁତ୍ୟୁବରଣ କରିଥିବା ଯୁବକ ହେଲେ ଥେଣ୍ଠପୁର ଗ୍ରାମର ଜୟକୁଷ୍ନ ପ୍ରଧାନ (୫୦)  । ଖବର ପାଇ ଘଟଣାସ୍ଥଳରେ ଚନ୍ଦନରପୁର ଥାନା ଅଧିକାରୀ ଗିରିଜାନନ୍ଦନ ପଟନାୟକ ଓ ସଦର ଡିଏସ୍ପି ସୁଶିଲ କୁମାର ମିଶ୍ର ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ଏହି ହତ୍ୟାକାଣ୍ଡରେ ଜଡିତ ଅଭିୁଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପଟନାୟକ କହିଛନ୍ତି । ପୋଲିସର ସୁଚନାନୁଯାୟୀ,ଗତ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିବା  ଜୟକୁଷ୍ନ ତାଙ୍କ ଭାଉଜଙ୍କୁ ନେଇ ଏକ ବାଇକ୍ରେ ଯାଉଥିବା ସମୟରେ ବାଟରେ ଦୁର୍ଘଟଣା ହୋଇଥିଲା । ଏନେଇ ଜୟକୁଷ୍ନ ଚନ୍ଦନପୁର ଥାନାରେ  ତେନ୍ତୁଳିଆ ଗ୍ରାମର ଗେଡୁ ନାମରେ ଲିଖିତ  ଅଭିଯୋଗ କରିଥିଲେ । ହେଲେ ପୋଲିସ ଉକ୍ତ ଘଟଣାର କିଛି ତଦନ୍ତ ନକରି ବା ମାମଲା ରୁଜୁ କରିନଥିଲା । ଫଳରେ ଏନେଇ ଥାନାରେ କାହିଁକି ଜୟକୁଷ୍ନ ଅଭିଯୋଗ କଲା ବୋଲି ଗେଡୁ ରାଗ ରଖିଥଲା  । ଗେଡୁ ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା ।  ଆଜି ଅପରାହ୍ନ ୨ଟାରେ ମୁତ ଜୟକୁଷ୍ନ ନିଜ ଗ୍ରାମ ଠାରୁ ତେନ୍ତୁଳିଆ ଗ୍ରାମକୁ ଯାଉଥିବା ସମୟରେ ତାଙ୍କୁ ସେଠାରେ ଅଟକାଇ ମିଳିତ ଭାବରେ ୭ ଜଣ ଖଣ୍ଡାରେ ଗୋଡାଇ ଗୋଡାଇ ହାଣିଥିଲେ । ମାତ୍ର ସେହି ସମୟରେ ଅନ୍ୟ ଲୋକମାନେ ଜମା ହେବା ଫଳରେ ଦୁବୁର୍ତ୍ତ ମାନେ ଦୌଡି ପଳାଇଯାଇଥିଲେ । ପରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଜୟକୁଷ୍ନକୁ ପ୍ରଥମେ ଚନ୍ଦନପୁର ଓ ପରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସ ପାଇଁ ନିଆଯାଇଥିଲା  । ଡାକ୍ତର ଚିକିତ୍ସା କରିବା ସମୟରେ ଜୟକୁଷ୍ନଙ୍କ ମୁତ୍ୟୁବରଣ କରିଥିଲେ  । ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।  ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇନାହିଁ । ଅନ୍ୟପକ୍ଷରେ ଉକ୍ତ ହତ୍ୟାଘଟଣାରେ ୫ ଜଣ ଯୁବକଙ୍କ ସହିତ ୨ ଜଣ ମହିଳା ଥିବା ଜଣାପଡିଛି । ତେବେ ପୋଲିସ ଉକ୍ତ ଘଟଣାରେ କେବେ ଅଭିଯୁକ୍ତକୁ ଗିରଫ କରୁଛି ଏବଂ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts