୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ
ଡେଲାଙ୍ଗ ---- ଶନିବାର ସକାଳୁ ସକାଳୁ ପିଲା ମାନେ ସଫା ସୁତରା ପୋଷାକ ପିନ୍ଦିବା ସହ ହାତରେ ଜାତୀୟ ପତକା ଧରି ବିଦ୍ୟାଳୟରେ । ଡେଲାଙ୍ଗ ବ୍ଳକ ପରିସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ ପତକା ଉତ୍ତୋଳନ କରିଥିବା ବେଳେ ଏବିଡିଓ ପ୍ରଦୀପ୍ତ ନାୟକ, ମିଶନ ଶକ୍ତି ମହିଳା ମହାସଂଘର ସଂପାଦିକା ବାସନ୍ତୀ ସାହୁ, ସିଡିପିଓ ଓ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ରହିଥିବା ବେଳେ ପାଖ ବିଦ୍ୟାଳୟର ଛ୍ରାତୀ ଛାତ୍ର ମାନେ ଯୋଗଦେଇଥିଲେ । ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଓ ମୁନିଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ , ନିର୍ମଳ ପରିଡା ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ସାଧାରଣତନ୍ତ୍ଉପରେ ଉଦବୋଧନ ଦେଇଥିଲେ । ଡେଲାଙ୍ଗ ବିଜେଡି ଦଳ ତରଫରୁ ଡେଲାଙ୍ଗ ହାଟ ବଜାର ଠାରେ ଲୋକନାଥ ବେହେରା, ପ୍ରସନ୍ନ କୁମାର ସାହୁ, ନବଘନ ପ୍ରଧାନ, କୁନା ମହାନ୍ତି ଓ ବସନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ, ଡେଲାଙ୍ଗ ହାଟ ବଜାର ବ୍ୟୀବସାୟୀ ସଂଘ , ବିଜେପି, କଂଗ୍ରେସ ଦଳ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଡେଲାଙ୍ଗ ଥାନାରେ ଆଇଆଇସି ଅଶିତ୍ ରଂଜନ ମହାନ୍ତି , ଡେଲାଙ୍ଗ ତହସିଲ ଓ ସବ୍ରେଜିଷ୍ଟର କାର୍ଯ୍ୟାଳୟରେ ଜାତୀୟ ପତକା ଉତ୍ତୋଳନ ହୋଇଥିଲା । ମୁନିଦା ଗ୍ରାମ ପଞ୍ଚାୟତର ସରପଞ୍ଚ ସନ୍ଦ୍ୟାରାଣୀ ପରିଡା ଓ ପୂର୍ବତନ ସାପଞ୍ଚ ନରେନ୍ଦ୍ର ପରିଡା ବିଦ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟରେ ପତକା ଉତ୍ତୋଳନ କରିଥିଲେ । ସମସ୍ତ ପଞ୍ଚାୟତରେ ପଞ୍ଚାୟତ ଅଧିକାରୀ , ସରପଞ୍ଚ ଓ ସମିତିସଭ୍ୟସଭ୍ୟା ଓ ୱାର୍ଡସଭ୍ୟସଭ୍ୟା ମାନେ ୭୦ତମ ସାଧାରଣତନ୍ତ୍ର ପାଳନ କରିଥିଲେ । ବେରବୋଇ ଗାନ୍ଧୀ ସ୍ମୁତି ପୀଠରେ ଗାନ୍ଧୀ ସେବାସଂଘ ସ୍ମାରକି ସମିତି , ଆମ ଡେଲାଙ୍ଗ ଓ କସ୍ତୁରବା କେନ୍ଦ୍ର ପକ୍ଷରୁ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି ସେହିପରି ଡେଲାଙ୍ଗ ବ୍ଳକରେ ଥିବା ସମସ୍ତ ଶିକ୍ଷା ଅନୁଷ୍ଠାନ, କ୍ଳବ, ବ୍ୟବସାୟୀ ସଂଘର ଓ ବିଭିନ୍ନ ବଜାର ଅଞ୍ଚଳର କର୍ମକର୍ତ୍ତା ମାନେ ଜାତୀୟ ପତକା ଉତ୍ତୋଳନ କରିଥିଲେ । ସେହିପରି ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ, ମହାବିଦ୍ୟାଳୟ, କ୍ଳବ, ସ୍ୱେଚ୍ଚସେବୀ ଅନୁଷ୍ଠାନ, ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକରେ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି