Breaking News

ପୁଷପୁନିରେ ଛେର ଛେରା ଡାକରେ ଗାଁ ଦାଣ୍ଡ ଉଛୁଲିଲା ; ପଶ୍ଚିମ ଓଡିଶାରେ ନୂଆବର୍ଷ ପାଳନ

ବଙ୍ଗୋମୁଣ୍ଡା----- ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ  ଗାଁ ଗଣ୍ଡାରେ କୋଶଳି ତିହାର ପୁଷ ପୁନି ପାଇଁ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଲିଛି । ଗାଁ ଗହଳି ରେ ଆଜି ଭୋର  ସକାଳ ରୁ ଶଭୁଥିଲା କୁନି କୁନି ପିଲାମାନଙ୍କ ଛେର ଛେର ଛେରା ଇ ଘର ର ବୁଢୀ କାହିଁ ଗଲା.. । ଆଧୁନିକତା ର ସ୍ପର୍ଶ ରେ ମଧ୍ୟ ଗ୍ରାମାଞ୍ଚଲରେ ପୁଷପୁନି ତିହାର କୁ ଲୋକେ ଉତ୍ସାହ ସହ ପାଳନ କରିଛନ୍ତି  । ସକାଳୁ ସକାଳୁ ଗାଁ ର ଛୋଟ ଛୋଟ ଛୁଆ ମାନେ ଘର ଘର ବୁଲି ଛେର ଛେରା ମାଗୁଥିଲେ । ପୁଷ ପୁନି ଦିନ ମଣ୍ଡା ପିଠା ର ମଧ୍ୟ ଚାହିଦା ରହିଥାଏ । ଲୋକେ ପିଠାପଣା ସହିତ ଭୋଜିଭାତର ଆସର ମଧ୍ୟ ଜମିଥିଲା । ବଙ୍ଗୋମୁଣ୍ଡା,ଭାଲୁମୁଣ୍ଡା,କଁସିଲ, ଝରିଆଲ,ଝଲପ,ବେଲପଡା,ଗୋଇମୁଣ୍ଡ,ମୁଣ୍ଡପଦର,ଜାମଖୁଣ୍ଟା,କପିଲାଭଟା ତଥା  ଅଞ୍ଚଲର ବିଭିନ୍ନ ଗ୍ରାମରେ ପୁଷପୁନି ରେ ଭୋଜି ଭାତର ଆସର  ଦେଖିବାକୁ ମିଲିଥିଲା । ପଶ୍ଚିମ ଓଡିଶା ର ମହାନ ପର୍ବ ଛେର୍ ଛେରା (ପୁଷ୍ ପୁନି) କୃଷି ଭିତ୍ତି କ ପର୍ବ ହୋଇଥିବା ବେଳେ ଏହି ପର୍ବ ଲୋକଙ୍କ ମଧ୍ୟରେ ଭାଇଚାର,ବନ୍ଧୁତ ୍ୱଓ ଏକତାର ପର୍ବ । ଚାଷୀ ନିଜର ଉପାର୍ଜିତ ଶସ୍ୟ କୁ ଘରକୁ ଆଣିସାରିଥାଏ  ।  ଅନ୍ୟ ପକ୍ଷେ  ଚାଷୀ ଘରେ କାମ କରୁଥିବା ଶ୍ରମିକ ମାନେ ଏହି ଦିନଠୁ ମୁକ୍ତି ପାଇଥାନ୍ତି । ପୁର୍ନବାର ଆଗାମୀ ବର୍ଷ ପାଇଁ କାମ କରିବା ପାଇଁ ଗୋଟିଏ ପ୍ରକାର ଚୁକ୍ତି ହୋଇଥାଏ ।ଏହି ଦିନ ପରସ୍ପର ମଧ୍ୟରେ ଛେର ଛେରା ମାଧ୍ୟମରେ ପଶ୍ଚିମ ଓଡିଶା ରେ ଚାଷୀ ମାନେ ପୌଷ ପୂର୍ଣ୍ଣିମା ପୁଷପୁନି କୁ ନୂଆବର୍ଷ ଭାବେ ପାଲନ କରିଥାନ୍ତି । କିନ୍ତୁ ଏହି ନିଆରା ପରମ୍ପରା ବିଲୁପ୍ତ ହେବା ରେ  ବସିଛି । ତଥାପି ଗ୍ରାମାଞ୍ଚଳ ରେ ପୁଷପୁନି ପର୍ବ କୁ ବେଶ ଉଲ୍ଲାସ ଓ ଉଦ୍ଧିପନା ସହ ପାଳନ କରାଯାଇଛି ।  ପୁଷପୁନି ତିହାର ରେ ଛୋଟ ଛୁଆ ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ପ୍ରତ୍ୟୁଷ ରେ ଘର ଘର  ପହଂଚି ଛେର୍ ଛେରା ମାଗୁଥିବା ଦେଖିବାକୁ ମିଲିଛି । 
ବଙ୍ଗୋମୁଣ୍ଡାରୁ ଆଶୋକ ନାରାୟଣ ଭୋଇ

Blog Archive

Popular Posts