ପିଠା କାର୍ଯ୍ୟକ୍ରମର ଦୁତୀୟ ପର୍ଯ୍ୟାୟ ଶେଷ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ରେଞ୍ଚ ଗ୍ରାମ ବେଳଣ ପଡିଆରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ହୋଉଛି ଦୁତୀୟ ପର୍ଯ୍ୟାୟର ଶେଷ ଦିବସ । ବ୍ଳକର ଘନିପୁର, ଖେଳାଉର ଓ ରେଞ୍ଚ ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଞ୍ଚ ପଞ୍ଚାୟତରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟନିବାହୀ ଅଧିକାରୀ ପ୍ରକାଶ ନାରାୟଣ ସୁନ୍ଦରାୟ ସଭାପତିତ୍ୱ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିମା ମଲିକ, ସମିତସଭ୍ୟାଙ୍କ ପ୍ରତିନିଧି ଲକ୍ଷ୍ମଣ ଦୟଣା, ଅତିରିକ୍ତ ବିଡିଓ ପ୍ରଦୀପ୍ତ ନାୟକ, ସିଡିପିଓ କାମିନୀ ପ୍ରଭା ସ୍ୱାଇଁ, ମିଶନ ଶକ୍ତି ମହାିଳା ମହାସଂଘର ନେତ୍ରୀ ସୂର୍ଣ୍ଣମୟୀ ଜେନା ଓ ପ୍ରତିମା ଦାଶ ପ୍ରମୁଖ ଉପସ୍ଥିତ ରହି ପିଠା କାର୍ଯ୍ୟକମକୁ ସଫଳ ରୂପାୟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧୁମେହ ପରୀକ୍ଷା, ଉଚ୍ଚଚାପ ପରୀକ୍ଷା ସହ ମମତା ଯୋଜନା ସମ୍ପର୍କେ ଆଲେଚନା କରିଥିଲେ । ଶେଷରେ ମହିଳା ଗୋଷ୍ଠ. ଅଙ୍ଗନୱାଡି କର୍ମୀ, ସହାୟିକା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ଏଲଇଡି ବଲ ବଣ୍ଟନ କରାଯାଇଥିଲା । ଯୁବ ସଂଗଠକ ରତ୍ନାକର ଜେନା ପିଠା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି