ପୁର୍ବ ଶତ୍ରୁତାକୁ ନେଇ ଯୁବକକୁ ହାଣିଲେ ଦୁର୍ବୃତ ; ନୂଆ ଜଗନ୍ନାଥ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ
ସାକ୍ଷୀଗୋପାଳ ----- ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ନୂଆ ଜଗନ୍ନାଥ ରାସ୍ତାର ଜମୁନାକୁଦ ବଜାରରେ ଶନିବାର ରାତି ୭.୩୦ଟା ସମୟରେ ଜଣେ ଦେକାନୀଙ୍କୁ କେତେକ ଦୁର୍ବୃତ ଫାର୍ସାରେ ବାମ ଗୋଡକୁ ହାଣି ଦେଇଥିବାର ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଯୁବକର ନାମ ଅଶୋକ ଦାସ(୩୦) ଏବଂ ତାଙ୍କ ଘର କରଡି ଗ୍ରାମର ବୋଲି ଜଣାପଡିଛି । ଜମୁନାକୁଦ ବଜାରରେ ଗାଡି ଧୋଇବା ସର୍ଭିସ ଷ୍ଟେସନ କରି ପରିବାର ପ୍ରତିପୋଷଣ କରୁଥିଲେ । ଏହି ଘଟଣାରେ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ଗୋଟିଏ ଦୋକାନ ଭଙ୍ଗାରୁଜା କରିବା ସହିତ ନୂଆ ଜଗନ୍ନାଥ ସଡକର ଜମୁନାକୁଦ ଠାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ସୁଚନାଯୋଗ୍ୟ ଯେ ଗତ ୨୦୧୮ ସେପ୍ଟେମ୍ବର ୧୯ତାରିଖ ସକାଳ ୮ଟା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଯମୁନାକୁଦ ଠାରେ ଥିବା ଟୋଲଗେଟ ଭଙ୍ଗାଯାଇଥିଲା । ଟୋଲଗେଟ ବାହାନାରେ କିଛି ଅସାମାଜିକ ଯୁବକ ଜମୁନାକୁଦ ଠାରେ ଦୀର୍ଘ ଦିନରୁ ଗୁଣ୍ଡାରାଜ ଚଳାଇଥିଲେ । ସେହିପରି ଅସାମାଜିକ ଯୁବକ ମାନେ ଅଧିକାଂଶ ସମୟରେ ବଜାରରେ ଗୁଣ୍ଡାଗିରି କରିବା ସହିତ ରାସ୍ତାରେ ଯିବା ଆସିବା କରୁଥିବା ଯୁବତୀଙ୍କୁ ଅଶ୍ଳିଳ ଇଙ୍ଗିତ କରୁଥିଲେ । ଏ ସମ୍ପର୍କରେ ଅଭିଯୋଗ କରାଯିବା ସହ ଉକ୍ତ ଯୁବକ ମାନଙ୍କୁ ବୁଝରସୁଝର ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଯାହାକି ପୁଞିଭୂତ ଅସନ୍ତୋଷ ସ୍ୱରୁପ ସ୍ଥାନୀୟ ଲୋକମାନେ ମିଳିତଭାବେ ଟୋଲଗେଟକୁ ଭାଙ୍ଗିଦେଇଥିଲେ । ଏହି ରାଗରେ ୬ଜଣ ଅସାମାଜିକ ଯୁବକ ମାନେ ପ୍ରଥମେ ଅଶୋକକୁ ଟାର୍ଗେଟ କରିଥିଲେ ବୋଲି ଆହତ ଅଶୋକ ଦାସ କହିଛନ୍ତି । ପ୍ରାଥମିକ ଚିକିସô୍ା ପରେ ଅଶୋକଙ୍କ ପକ୍ଷରୁ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ରାସ୍ତାରୋକ କରିଥିବା ଲୋକଙ୍କୁ ଚନ୍ଦନପୁର ଥାନା ଅଧିକାରୀ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି