Breaking News

ଡେଲାଙ୍ଗରେ ବିଦ୍ୟୁତ ମିଟର ଚୋରି

ଡେଲାଙ୍ଗ --- ଦେକାନ, ଘର, ବ୍ୟାଙ୍କ ଆଦିରୁ ଚୋର ମାନେ ଚୋରି କରିଥାନ୍ତି । ସେମାନେ ସୁବିଧା ମିଳିଲେ ଦିନ କ’ଣ ରାତି କ’ଣ  ଚୋରି କରି ନେଇଥାନ୍ତି । ଚୋର ମାନଙ୍କର ନଜର ସୁନା, ରୂପା ଟଙ୍କା ସହିତ ବିଭିନ୍ନ ସାମଗ୍ରୀ ଉପରେ  । କେବେ ଶୁଣିଛନ୍ତି କି ବିଦ୍ୟୁତ ମିଟର ଚୋରି ହେବା  । ଏହା ବିଶ୍ୱାସ ନ ହେଲେ ମଧ୍ୟ ସତ୍ୟ  । ଡେଲାଙ୍ଗ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ବିଦ୍ୟୁତ ବିଭାଗ ଅଧିନରେ ଥିବା ଗଉଡକେରା ଗ୍ରାମର ପ୍ରଫୁଲ ସ୍ୱାଇଁଙ୍କ ଘର ପିଣ୍ଡାରେ ବିପିଏଲ ବିଦ୍ୟୁତ ଯୋଗାଣ ପାଇଁ ଘର ବାହାରେ ସୁଇଜି, ହେଲେଡର ଓ ମିଟର ବସିଥିଲା  । ମାତ୍ର ଉକ୍ତ ମିଟରକୁ ବିଦ୍ୟୁତ ସଂଯୋଗ ଦିଆଯାଇନଥିଲା । ଏହାର ସୁଯୋଗ ନେଇ ଗୁରୁବାର ରାତିରେ କୌଣସି ଦୁବୁର୍ତ୍ତ ତାଙ୍କ ମିଟରକୁ ଚୋରି କରି ନେଇଥିବା ଜଣାପଡିଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts